oom

ଡେଲାଙ୍ଗରେ ଜନ୍ମାଷ୍ଟମୀ ପର୍ବ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ଅନୁଷ୍ଠାନ ତଥା ମଠ ଓ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ତଥା ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ହେବ ସମସ୍ତ ପର୍ବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହାସମାରୋହରେ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାଊରିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ରାଧାକାନ୍ତ ଦେବ ମଠ, ବାରବାଟି ରଘୁନାଥ ଯଜ୍ଞ ପୀଠରେ ଲୀଳାମୟ ଠାକୁରଙ୍କର ପୂଜାର୍ଚ୍ଚନା ଭଜନ କୀର୍ତ୍ତନ ସହ ମହାସମାରୋହରେ ପାଳିତ ହୋଇଥିବା ବେଳେ ଘନିପୂର ଗ୍ରାମର ରାଧାମୋହନ ମଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଠମୀ ପାଳିତ ହୋଇଯାଇଛି । ସନ୍ଧ୍ୟାରେ ମଠ ମନ୍ଦିର ଗୁଡିକରେ ସାସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.