ls

ଆଜି ପବିତ୍ର ଜନ୍ମାଷ୍ଟମୀ : ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ପାଳନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଆଜି ପାଳନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ହିନ୍ଦୁ ରୀତି ଅନୁସାରେ ଆଜି ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ସଂସାରରୁ ଆସୁରିକ ଶକ୍ତିର ବିନାଶ ପାଇଁ ତଥା ସଂସାରରୁ ପାପଭାର ଲାଘବ ପାଇଁ ପାଳନକର୍ତ୍ତା ବିଷ୍ଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭାବରେ ଜନ୍ମଗ୍ରହଣ କରିଥିଲେ । ଅବତାରୀ ଭଗବାନ ଶ୍ରୀକୃଷ୍ଣ ମଥୁରାରେ ମାତା ଦେବକୀ ଓ ପିତା ବସୁଦେବଙ୍କ କୋଳରେ ଜନ୍ମ ଗ୍ରହଣ କରି ଗୋପରେ ମା’ ଯଶୋଦା ଓ ପିତା ନନ୍ଦଙ୍କ ପାଖରେ ବାଲ୍ୟଲୀଳା ସମାପନ କରିଥିଲେ । ତେବେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅବସରରେ ସାରା ଭାରତରେ ଜନ୍ମାଷ୍ଟମୀ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୁଏ । ଏହି ଅବସରରେ ମଥୁରା, ଗୋପ ତଥା ବୃନ୍ଦାବନ ଉତ୍ସବମୁଖର ହୋଇଉଠେ । ସାରା ଭାରତର ମନ୍ଦିରମାନଙ୍କରେ ପୂଜାପାଠ ସହ ଭାଗବତ, ଗୀତା ଆଦି ପଠନ କରାଯାଇ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଆଧ୍ୟାତ୍ମିକ ବାତାବରଣ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାଳନ କରନ୍ତି । ଜନ୍ମାଷ୍ଟମୀ ଅବସରରେ ମହାରାଷ୍ଟ୍ରରେ ଦହିହାଣ୍ଡି ଭଂଗାଯିବା ଉତ୍ସବ ବେଶ୍‌ ଆକର୍ଷଣୀୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ଦିବସରେ ଆରାଧନା କଲେ ସାଂସାରିକ ମାୟା, ମୋହରୁ ତଥା ଜାଗତିକ ଯାତନାରୁ ତ୍ରାହି ମିଳିଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ।

pc pk
Leave A Reply

Your email address will not be published.