centurian jitm

ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୩ତମ ଜନ୍ମ ଜୟନ୍ତୀରେ ବଲାଙ୍ଗିର ଜନତାଙ୍କ ଭାବାବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

  • ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପାଟଣା ମହାରାଜା

ବଲାଙ୍ଗିର, (କେପିଏନ୍‌ଏନ୍‌) : ବଂଶ ପରମ୍ପରାରେ ନୁହେଁ ବରଂ ଆପଣାର ବ୍ୟକ୍ତିନ୍ତ୍ୱ ବଳରେ ସେ ହୋଇଥିଲେ ମହାରାଜା । କୋଟି ହୃଦୟର ମଣିଷ ଭାବରେ ସେ ପ୍ରଜାନୁରଂଜନ ଧର୍ମକୁ ଧାରଣ କରିଥିଲେ । କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡିଶାର ତଥା ଭାରତୀୟ ରାଜନୀତିରେ ସେ ଥିଲେ ଅଜାତଶତ୍ରୁ ମଣିଷ । ତାଙ୍କ ପଦାଙ୍କ ଅନୁସରଣ କରି ନିଜ ଅଂଚଳର ବିକାଶରେ ବ୍ରତୀ ହେବା ପାଇଁ ଆହ୍ୱାନ ଦିଆଯାଇଛି, ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୩ତମ ଜନ୍ମ ଜୟନ୍ତୀ ସମାରୋହରେ । ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବରେ ଯୋଗଦେଇ ମହାରାଜାଙ୍କ ପୁତ୍ର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମହାରାଜାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରି ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଅବସରରେ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ପୂର୍ବତନ ଅଧ୍ୟକ୍ଷା ଦମୟନ୍ତୀ ବାଗ, ଓଁକାର ନାୟକ, ନରସିଂହ ବାଗ, ଧୁର୍ବ ଯୁଏଡ, କୈଳାଶ ଚନ୍ଦ୍ର ମହାନ୍ତି, ଲକ୍ଷ୍ମଣ ମେହେର, ଭଗବାନ ବଗର୍ତ୍ତୀ, ଅସୀମ ପଟ୍ଟନାୟକ, ପ୍ରଭାସ ପାଣିଗ୍ରାହୀ, ରାଜେନ୍ଦ୍ର ହୋତା, ମହେନ୍ଦ୍ର ବାଗ, ଶମ୍ଭୁ ନାଗ, ଶତ୍ରୁଘ୍ନ ବାଗ, କିଶୋର କୁମ୍ଭାର, ଗଙ୍ଗା ଚାନ୍ଦ, ସଚିନ ନନ୍ଦ, ଲଲାଟେନ୍ଦୁ ପଟ୍ଟନାୟକ, ବିଧୁଭୂଷଣ ତ୍ରିପାଠୀ, ଜିତେନ୍ଦ୍ର ମିଶ୍ର, ସୁମନ ନନ୍ଦ, ଜୟରାମ ମିଶ୍ର, ଶାନ୍ତନୁ ଭୋଇ, ନିହାର ରଞ୍ଜନ ସ୍ୱାଇଁ, ସାଗର ସଙ୍ଗମ ଶତପଥୀ, ରମେଶ ବେହେରା, ପିଙ୍କୁ ପ୍ରଧାନ, ସନ୍ତୋଷ ଦନ୍ତା, ସତ୍ୟ ଭୋଇ, ପାଣ୍ଡବ, ଲିଲିମା ପୁଟେଲ, ଗୋଲାପି ବରାଳ, ପାଣ୍ଡବ କୁମ୍ଭାର, ଅନାଦି ପଟ୍ଟନାୟକ, ଗ୍ଲେଷ୍ଟସନ ତାଣ୍ଡି, ସରୋଜ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ବଗର୍ତ୍ତୀ, ବାଲାଜୀ ପଣ୍ଡା ପ୍ରମୁଖ ରାଜେନ୍ଦ୍ର ପାର୍କ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.