ppurohit

ଏସ୍‌ୟୁସିଆଇ ପକ୍ଷରୁ କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବହରା ମହାନ ନେତା ଏ ଯୁଗର ମାର୍କବାଦୀ ଦାର୍ଶନିକ ଏସ୍‌ୟୁସିଆଇର ପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଶତବର୍ଷ ଯାଦବ ଭବନ ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ପ୍ରଥମେ କମ୍ରେଡ ଘୋଷଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ତାଙ୍କ ଉପରେ ରଚିତ ସଂଗୀତ ଗାନ କରାଯାଇଥିଲ । ଜିଲ୍ଲା ସାଂଗଠନିକ ସଂପାଦକ ସୁନିଲ ଭୋଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ମୁଖ୍ୟବକ୍ତା ଭାବେ ଏସ୍‌ୟୁସିଆଇ(ସି)ର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଅକ୍ଷୟ ଦାଶ ଓ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଅଶୋକ ମିଶ୍ର ଯୋଗଦେଇ କହିଥିଲେ ଯେ, ପରାଧୀନ ଭାରତରେ ବ୍ରିଟିସ୍‌ ଲଢେଇରେ କମ୍ରେଡ ଘୋଷ ସାମିଲ ହୋଇ ମାକ୍ସବାଦୀ ଦୃଷ୍ଟି ଭଙ୍ଗିରୁ ବୁଝି ପାରିଥିଲେ ଯେ, ଦେଶ ରାଜନୈତିକ ଭାବେ ସ୍ୱାଧୀନ ହେଲେ ମଧ୍ୟ ପ୍ରକୃତ ଗଣମୁକ୍ତି ଆସିବ ନାହିଁ । ବରଂ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇ ଶୋଷଣ ଜୁଲୁମ କ୍ରମାଗତ ତୀବ୍ରତର ହେବ । ତେଣୁ ସେ ଏକ ସଠିକ୍‌ ମାକ୍ସବାଦୀ ଦଳ ଏସ୍‌ୟୁସିଆଇ(ସି)କୁ ଗଢି ତୋଳିଥିଲେ । ଏକ ଶୋଷଣ ବିହୀନ ସାମ୍ୟବାଦୀ ସମାଜ ବ୍ୟତିରେକ ଜନଗଣଙ୍କର କୋ÷÷ଣସି ମୋ÷÷ଳିକ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଜନ ଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବୀରେ ଆଗାମୀ ସେପ୍ଟେମ୍ବର ୨୯ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଶାଳ ବିକ୍ଷୋଭ ସମାବେଶକୁ ସଫଳ କରିବା ପାଇଁ କମ୍ରେଡ୍‌ ଶ୍ରୀ ମିଶ୍ର ଆହ୍ୱାନ କରିଥିଲେ । ଶେଷରେ ଆନ୍ତର୍ଜାତିକ ସଂଗୀତ ଗାନ ପରେ ସଭା ଶେଷ ହୋଇଥିଲା । ଏହି ସଭାରେ ପ୍ରବଳ ବର୍ଷା ସତ୍ତେ୍ୱ ଜିଲ୍ଲାର ସବୁ ଅଂଚଳରୁ ଶତାଧିକ ଛାତ୍ର, ଯୁବ, ମହିଳା, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.