ଜଙ୍ଗଲି ଛତୁ ଖାଇ ଝାଡାବାନ୍ତିରେ ମାଁ-ପୁଅ ମୃତ : ୨ ଜଣ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁତ୍ରା ପଞ୍ଚାୟତର ସିକାଟି ଗ୍ରାମରେ ଝାଡାବାନ୍ତି ହୋଇ ମାଁ ପୁଅ ମୃତ, ୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସିକାଟି ଗ୍ରାମର ଲୋଚନ ମଳିକଙ୍କ ବୋହୁ ସୁକୁମାରୀ ମଳିକ ଓ ୧୨ ବର୍ଷର ନାତି ଆୟୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ସୁକୁମାରୀଙ୍କ ସ୍ୱାମୀ ସୁଦର୍ଶନ ମଳିକ ଓ ତାଙ୍କ ସାନପୁଅଙ୍କ ସମେତ ଲୋଚନ ମଳିକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ବୋହୁ ସୁକୁମାରୀ ମଲିକ ଗତ ୧୮ ତାରିଖରେ ଝାଡାବାନ୍ତିରେ ଆକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଠିକ୍ ଏକ ସପ୍ତାହ ପରେ ସେହି ପରିବାରର ୬ ବର୍ଷର ଆୟୁଷ ମଲିକ ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହେବାରୁ ପ୍ରଥମେ ସୁତ୍ରା, ତାପରେ ବାରଖମା, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ନେଇଥିଲେ ହେଲେ ବାଲିଗୁଡ଼ାରେ ଆୟୁଷ ମଲ୍ଲିକଙ୍କ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ପରିବାର ଲୋକେ ନିଜ ଘରକୁ ଆଣିଥିଲେ ଏବଂ ୨୫ ତାରିଖରେ ଆୟୁଷର ମୃତ୍ୟୁ ହୋଇଥିଲା । ସେହି ପରିବାରର ଲୋଚନ ମଲିକ ୬୫ ବର୍ଷ ଓ ଚିଣ୍ଟୁ ମଲିକ ୧୮ ମାସ ଝାଡାବାନ୍ତିରେ ଆକ୍ରାନ୍ତି ହେବା ହବାର ଖବର ପାଇଁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ସମେତ ଆଶା ଓ ସ୍ୱାସ୍ଥ୍ୟ କର୍ମୀ ଗାଁ କୁ ଯାଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଦୁଇ ଦୁଇ ଆକ୍ରାନ୍ତଙ୍କୁ ଚିକିତ୍ସା କରିଥ‌ିବା କଥା ଡକ୍ଟର ଦେବୀ ପ୍ରସାଦ କହିଛନ୍ତି । ବର୍ତ୍ତମାନ ୨ ଆକ୍ରାନ୍ତ ମଧ୍ୟ ଭଲ ଥିବା କହିଛନ୍ତି ଡକ୍ଟର । ଜଙ୍ଗଲି ଛତୁ ଖାଇ କିମ୍ବା ପାଣି ଜନିତ ସମସ୍ୟାରୁ ଝାଡାବାନ୍ତି ହୋଇଥିବା ଆଶଙ୍କା କରିଛନ୍ତି । ସୂଚନା ପ୍ରକାରେ ସୁତ୍ରା ପଞ୍ଚାୟତରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ସିକାଟି ଗାଁ । ହେଲେ ଗାଁକୁ ଗୋଟିଏ ପକ୍କା ରାସ୍ତା ନାହିଁ ଆମ୍ବୁଲାନ୍ସ ଯିବା ସାତ ସ୍ୱପ୍ନ ଯାହାଦ୍ୱାରା କେହି ରୋଗରେ ପୀଡ଼ିତ ହେଲେ କିମ୍ବା ଗର୍ଭବତୀ ମାଁ ମାନଙ୍କୁ ଖଟିଆରେ ଭାର କରି ରାସ୍ତାକୁ ଆଣି ଅଟୋ କିମ୍ବା କୌଣସି ଗାଡ଼ିରେ ମେଡିକାଲ ନେଇଥାନ୍ତି । ଆଜି ମଧ୍ୟ ଏହି ଗାଁର ଲୋକେ ଗୋଟିଏ ଚୁଆଁ ପାଣି ଉପରେ ନିର୍ଭର କରନ୍ତି ଅନେକ ଥର ଲିଖିତ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.