ଜଙ୍ଗଲି ଘୁଷୁରିଙ୍କ ଉପଦ୍ରବ ଯୋଗୁଁ ଚାଷୀ ଚିନ୍ତାରେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ, କାଣାଫାସିଆ, ବାଘଲିପାରୀ, ଛଦୌଡ଼ି ମୌଜାରେ ଜଙ୍ଗଲି ଘୁଷୁରିଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ରାତିରେ ବହୁ ସଂଖ୍ୟାରେ ଜଙ୍ଗଲି ଘୁଷୁରି ଦଳ ଦଳ ଚାଷ ଜମିରେ ପସି ଥୋଡୁଅ ଧାନ, ପାଚିଲା ଧାନ ଦଳି ଚକଟି ନଷ୍ଟ କରିବା ସହ ହିଡ଼ ବନ୍ଧ ତାଡ଼ି ବ୍ୟାପକ ଫସଲ କ୍ଷତି କରୁଛନ୍ତି । ଚାଷୀ ଧାର ଉଧାର କରି, ଭୋକ ଉପାସରେ ବହୁ କଷ୍ଟରେ ଧାନ ଫସଲ କରିଛି । ଆଉ କେତେଟା ଦିନ ପରେ ଚାଷୀ ଅମଳ କରିବ । କିନ୍ତୁ ଫସଲ ଅମଳ କରିବା ପୂର୍ବରୁ ଜଙ୍ଗଲି ଘୁଷୁରିଙ୍କ ଉପଦ୍ରବ ଚାଷୀଙ୍କୁ ମୁଣ୍ଡବ୍ୟଥା କାରଣ ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ପ୍ରତିକାର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଚାଷୀ ଭାଇମାନେ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.