ଜ‌ଙ୍ଗଲ ନିଆଁ ଆୟ‌ତ୍ତ ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜଙ୍ଗଲ ନିଆଁ ସ୍ଥିତି ବର୍ତ୍ତମାନ ଆୟତ୍ତରେ ଅଛି । ଅଳ୍ପ କିଛି କ୍ରମାଗତ ନିଆଁ ଯେଉଁଠାରେ ଲାଗିଛି ସେସବୁ ପ୍ରଶମିତ କରିବାପାଇଁ ଚେଷ୍ଟା ଜାରି ରହିଛି । ସମସ୍ତ କ୍ଷେତ୍ର କର୍ମଚାରୀମାନେ ପରିସ୍ଥିତି ମୁକାବିଲା ପାଇଁ ସଜାଗ ଅଛନ୍ତି । ବନାଗ୍ନି ସ୍ଥିତିକୁ ଓଏପ୍‌ଏମ୍‌ସି ୱେବ୍‌ସାଇଟ ମାଧ୍ୟମରେ ନିରନ୍ତର ମନିଟରିଂ କରାଯାଉଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.