ଆମ ଜଙ୍ଗଲ ଯୋଜନାର ସଭାଗୃହ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ଗାଁରେ ଓଡ଼ିଶା ସରକାର ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନାର ଏକ ସଭାଗୃହ ୪ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ଯାହାର କି ଗତକାଲି ଘେଁସ ବନାଞ୍ଚଳର ମେଲଛାମୁଣ୍ଡା ବନପାଲ ରମେଶ ପଧାନଙ୍କ ତତ୍ୱାବଧାନରେ ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ଗାଇସିଲେଟ ଜୋନ ୧ର ଜିଲ୍ଲା ପରିଷଦ ନୀଳମଣି ବରିହା, ଭୀଷ୍ମଦେବ ପଣ୍ଡା, ବରିଷ୍ଠ ବିଜେଡି ନେତା ମୁକେଶ ମାରାରୀ କେଡିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆମ ଜଙ୍ଗଲ ଯୋଜନାର ଦଲପତି ନବକିଶୋର ପ୍ରଧାନ, ତେଜରାଜ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.