centurian jitm

କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ : ଜଣେ ମୃତ

nschool

ଆଠମଲ୍ଲିକ : କଟକ-ସମ୍ବଲପୁର ଜାତୀୟ ରାଜପଥ ୫୫ କିଶୋନନଗର ଥାନା ସୁଶବ ଢାବା ନିକଟରେ ଦୁର୍ଘଟଣା । ଏକ କଣ୍ଟେନରକୁ ଧକ୍କା ଦେଲା ସ୍କର୍ପିଓ । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ସମ୍ବଲପୁର ଜିଲ୍ଲା ସରସରା ଗାଁରେ କିଛି ଲୋକ ସ୍କ୍ରର୍ପିଓ ଯୋଗେ ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ୫୫ କିଶୋନଗର ଥାନା ସୁଶବ ଢାବା ନିକଟରେ ଏକ କଣ୍ଟେନରକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ସ୍କ୍ରର୍ପିଓ । ଯାହାଫଳରେ ଗାଡ଼ିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ଲିପ୍‌ସା ପରିଦର୍ଶିନୀ ବୋଲି ଜଣାପଡିଛି । ବାକି ଗୁରୁତରଙ୍କ ପରିଚୟ ଏବେ ଯାଏଁ ହସ୍ତଗତ ହୋଇନାହିଁ । କିନ୍ତୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ କିଶୋରନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ରେଢାଖୋଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପରେ କିଛି ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର ହୋଇଥିବା ସୂଚନା ମିଳୁଛି ।

Leave A Reply

Your email address will not be published.