
ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ଦାନ୍ଦ୍ର ଗାଁ ବୁଲାଣି ପାଖରେ ବସ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ମୃତକ ଜଣକ ହେଲେ ଦୁର୍ଯୋଧନ ପଟେଲ୍ । ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ଦାନ୍ଦ୍ର ଗାଁ ବୁଲାଣି ପାଖରେ ବସ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ବାଇକରେ ବସିଥିବା ଦୁଇ ଆରୋହୀ ଗୁରୁତର ହୋଇଥିଲେ । ପୁଲିସ ଓ ସ୍ଥାନୀୟ ଲୋକେ ଗୁରୁତରଦ୍ଵୟଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇଥିଲେ । ସେଠି ଦୁର୍ଯୋଧନ ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଜଣକ ଅଙ୍କୁର ପଟେଲ୍ ବୋଲି ଜଣାପଡିଛି । ତେବେ ଉକ୍ତ ବସଟି ସିନାପାଲିରୁ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡାରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ କରୁଛି ।