centurian jitm

ଖଲ୍ଲିକୋଟରେ ନିର୍ବାଚନୀ ହିଂସାକାଣ୍ଡ : ପୋଲିସ ବାହିନୀ ଓ ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ

nschool
  • ପରିସ୍ଥିତି ଅଶାନ୍ତି ଲାଗି ଉତ୍ତେଜନା : ୧୪୪ ଧାରା ଲାଗୁ
  • ପୋଲସରାରେ ଯୁବକଙ୍କୁ ଗୁଳିମାଡ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୦ ତାରିଖରେ ଦ୍ଵୀତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିଯାଇଛି । ଯାହାକି, ହଣାକଟାରେ ଲେଖା ଛିଡ଼ିବ କି ଗଞ୍ଜାମ ଏ କଥା ସାଧାରଣରେ ଚର୍ଚ୍ଚାର ସହ ପ୍ରମାଣିତ କରେ । ସଂପ୍ରତି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟିଗଲା । ଏହା ଯେ’ ଦଳୀୟ ପୋଷ୍ଟର ମରାକୁ ନେଇ ବିଜେପି ବିଜେଡିକର୍ମୀଙ୍କ ମଧ୍ୟରେ ହଣାହଣି ହୋଇ ଉଭୟ ପକ୍ଷର ୮ ଗୁରୁତର ହୋଇଥିବା ଜଣାଯାଇଛି । ପୋଷ୍ଟର ମାରିବାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହାଣି ହୋଇ ଉଭୟ ପକ୍ଷର ୮ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର ହୋଇ ଆଠ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି କୁହାଯାଏ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ବିଜେପି କର୍ମୀମାନେ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୋଷ୍ଟର ଲଗାଉଥିଲେ । ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଇବାରୁ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କ୍ରମେ ଏହା ଉଗ୍ର ରୂପ ଧାରଣ କରିଥିଲା । ପରସ୍ପରଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଏବଂ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ପକ୍ଷରେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଓ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । କାହାର ହାତ, କାହାର ଗୋଡ଼ ଓ କାହାର ବେକକୁ ଖଣ୍ଡାରେ ହଣାଯାଇଛି । ଏଥିରୁ ଜଣେ ବିଜେପି କର୍ମୀ ମୃତ ହୋଇଥିବା ଖବର ମିଳିଛି । ବିଜେପି ନେତା ରାମ ପାହାନଙ୍କ ପୁତ୍ର ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଖଲ୍ଲିକୋଟ ଥାନା ଘେରାଉ ସହ ରାସ୍ତା ରୋକ୍‌ କରାଯାଇଛି । ଖଲ୍ଲିକୋଟରେ ଏବେ ରାଜନୈତିକ ହିଂସା ଘଟି ୧୪୪ ଧାରା ଲାଗୁ ହୋଇଛି । ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରୀ ହୋଇଥିବା କୁହାଯାଉଛି । ଘଟଣା ସଂପର୍କରେ ଗଞ୍ଜାମ ଏସ୍‌ପି ଅନୁଧ୍ୟାନ ଓ ତଦନ୍ତ କରି ଖଲ୍ଲିକୋଟ ଥାନା ଅଧିକାରୀଙ୍କ ସମେତ ଚାରି ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଞ୍ଜାମ ପୋଲିସ ମୁଖ୍ୟାଳୟ ଛତ୍ରପୁରକୁ ବଦଳି କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି ।
ଅନ୍ୟପକ୍ଷରେ ଜିଲ୍ଲାର ପୋଲସରାରେ ଜଣେ ଯୁବକ ଗୁଳିମାଡରେ ନିହତ ହୋଇଥିବା ଘଟଣା ଘଟିଛି । ରାଜନୈତିକ ଶତ୍ରୁତାରୁ ଆକ୍ରମଣ ଏହା ଘଟିଥିବା ସନ୍ଦେହ କରାଯାଉଛି । ସେହିପରି ହଳଦିଆ ପଦର ଜାତୀୟ ରାଜପଥ ନିକଟରେ ଥିବା ଏକ ନିର୍ମାଣଧିନ ଘର ନିକଟସ୍ଥ ଲତାବୁଦାରେ ଏକ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଘଟଣାସ୍ଥଳେ ଗୋଷାଣୀନୂଆ ଗାଁ ଥାନା ପୋଲିସ ପହଁଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସାକାଣ୍ଡକୁ ନେଇ ସଚେତନ ନାଗରିକ ମାନେ ଖୁବ୍ ଚିନ୍ତିତ ଅଛନ୍ତି ବୋଲି ଜଣାଯାଏ ।

Leave A Reply

Your email address will not be published.