oom

ମନରେଗା ଓ ଏନ୍‌ଏଫ୍‌ଏସ୍‌ଏ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିଆର୍‌ଡିଏ, ପୁରୀ ଓ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଗୁରୁବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଆହ୍ୱାନ କ୍ରମେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ରୂପେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା ଲୋକପାଳ ଭକ୍ତ ବିହାରୀ ମିଶ୍ର, ଏବିଡିଓ ପ୍ରଦୀପ୍ତ ନାୟକ, ସହକାରୀ ନିର୍ବାହୀଯନ୍ତ୍ରୀ ରାଜେଶ୍ଵର ମହାରଣା ସମେତ କନୀଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ, ଶୁଭ୍ରଜିତା ପାଣି, ଚିତ୍ରୋତ୍ପଳା ନାୟକ ସମେତ ନବନିର୍ବାଚିତ ପଞ୍ଚାୟତରାଜ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଭିଆର୍‌ପି, ଜିଆର୍‌ଏସ୍‌ ମାନେ ଯୋଗ ଦେଇଥିଲେ । ମନରେଗା ରିପୋର୍ଟର ଧାର୍ଯ୍ୟଲକ୍ଷ୍ୟ ହାସଲ କରିବା, କେତକ ସଂଖ୍ୟକ ପରିବାର ଜବ କାର୍ଡ ପଞ୍ଜୀକରଣ କରିଛନ୍ତି, ୧୦୦ଦିନରେ କାମ ସମ୍ପର୍ଣ୍ଣ କରିଥିବା, କାର୍ଯ୍ୟାଦେଶ ପାଣ୍ଠିଯୋଗାଣ, ବୈଷୟିକ ଜ୍ଞାନର ସଦୁପଯୋଗ କରିବା ଉପରେ ଶୁଣାଣି ହୋଇଥିଲା । ଜିଲ୍ଲାପାଳ ଶ୍ରୀ ସାହୁ ଏହି ଜନଶୁଣାଣି ଶିବିରରେ ଉପସ୍ଥିତ ରହିଥିବା ପଞ୍ଚାୟତରାଜ ଜନ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ସଚେତନତା କରିବା ସହ କାର୍ଯ୍ୟର ନିରେପେକ୍ଷତା ଓ ସ୍ୱଛତା ବଜାୟ ରଖିବାକୁ ଉପଜିଲ୍ଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଏହାର ସୁପରିଚାଳନା କରିଥିଲେ । ଶେଷରେ ବ୍ଲକ ଉପାଧକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.