ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡର ଭାଜପା କାର୍ଯ୍ୟକର୍ତ୍ତା, ଟିଟିଲାଗଡ ବ୍ଲକର ବିଭିନ୍ନ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ । ଜନସଂଖ୍ୟା ଦିବସ ଅବସରରେ ଆଲୋଚନା କରିଥିଲେ ଯେ, ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଆଜି ଭାରତରେ, ବେକାରୀ, ଗରିବୀ, କୁପୋଷଣ, ଅନାହାର ବୃଦ୍ଧିପାଇଛି । ଜନସଂଖ୍ୟା ବିସ୍ଫୋରଣରୁ ରକ୍ଷା ପାଇବାକୁ ହେଲେ ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତାରୁ ଉର୍ଦ୍ଧକୁ ଉଠି ସବୁ ନାଗରିକ ମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ ବାଧ୍ୟତା ମୂଳକ କରିବାକୁ ପଡିବ । ଏଥିପାଇଁ ବ୍ୟାପକ ଜନସଚେତନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ରହିବା ଜରୁରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟଙ୍କୁ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସଂସଦ ଓ ବିଧାନସଭାରେ ପାରିତ କରିବା ପାଇଁ ଚାପ ସୃଷ୍ଟି କରିବାକୁ ହେଲେ ଦେଶର ୧୩୮ କୋଟି ଲୋକ ଜାତି, ଧର୍ମ, ବର୍ଣ୍ଣ ଓ ଦଳଗତ ନିର୍ବିଶେଷରେ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ପଡ଼ିବ । ଜନ ବିସ୍ଫୋରଣ ହେଲେ ଆଗାମୀ ଦିନରେ ଭାରତରେ କୃଷିକ୍ଷେତ୍ର, ଶିଳ୍ପାୟନ, ଗୃହନିର୍ମାଣ, ମୁକ୍ତ ବାୟୁ ଓ ପାନୀୟ ଜଳର ବ୍ୟାପକ ଅଭାବ ଦେଖାଦେବ । ବେକାରୀ ସମସ୍ୟା ଏତେ ବଢିଯିବ ଯେ, ଯେକୌଣସି ସରକାର ପରିସ୍ଥିତିକୁ ଆୟତ୍ତ କରି ପାରିବ ନାହିଁ । ଏଥିଯୋଗୁଁ ଦେଶରେ ଭୟଙ୍କର ଗୃହ ଯୁଦ୍ଧ ହେବା ସମ୍ଭାବନା ରହିଛି । ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରାନଗଲେ ଆସନ୍ତା ୨୦୫୦ ମସିହା ବେଳକୁ ଦେଶରେ ଜନସଂଖ୍ୟା ୨୪୦ କୋଟିକୁ ଟପିବ । ସେତେବେଳେ ପରିସ୍ଥିତି ସମ୍ପୂର୍ଣ ଅଣାୟତ ହେଇପାରେ । ବଲାଙ୍ଗିର ଜିଲ୍ଲା ସଭାପତି ଆଲୋକ ନାୟକ କହିଥିଲେ ଯେ, ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀ କୁରୁକ୍ଷେତ୍ରରେ ଧର୍ମ ଯୁଦ୍ଧ ସଦୃଶ । ଧର୍ମ ଯୁଦ୍ଧରେ କୌରବ ରୂପୀ ଜନସଂଖ୍ୟା ସମସ୍ୟା ଆମ ଦେଶରୁ ସମାପ୍ତ ହେବ, ଜନସଂଖ୍ୟା ନିୟନ୍ତ୍ରଣ ହେଲେ ଆମର ପିଲାମାନେ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସୁବିଧା ପାଇପାରିବେ । ବିପର୍ୟ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ସମେତ ବେରୋଜଗାର ସମସ୍ୟାରୁ ଦେଶ ଉଦ୍ଧାର ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଆଜିର ଏହି ସଭାରେ କୁର୍ଲୁଭଟାର ଅଙ୍ଗନୱାଡ଼ି କର୍ମୀ ଉର୍ବଶୀ ଠେଲା, ଡଙ୍ଗରପଡ଼ାର ଅଙ୍ଗନୱାଡ଼ି କର୍ମୀ ରଞ୍ଜିତ ପାତ୍ର, ଗନ୍ଧର୍କେଲର ଅଙ୍ଗନୱାଡ଼ି କର୍ମୀ ରାଜକୁମାରୀ ମହାନନ୍ଦ, ବୁର୍ଡିପଡ଼ାର ଅଙ୍ଗନୱାଡ଼ି କର୍ମୀ ନୁରବତି ସାହୁ, ବିଜେପୁରର ଅଙ୍ଗନୱାଡ଼ି କର୍ମୀ ତଥା ଟିଟିଲାଗଡ ବ୍ଲକ ଏସଏଚଜି ସଂଘ ସମ୍ପାଦକ ଆରାଧନା ମିଶ୍ର, ଗୋଖୁରୁଙ୍ଗର ଅଙ୍ଗନୱାଡ଼ି କର୍ମୀ ଜାହ୍ନବୀ ରଣା, ଉଡ଼ାରର ଅଙ୍ଗନୱାଡ଼ି କର୍ମୀ ଶୁଭାଗିନି ତାଣ୍ଡି, ସେର୍କୋର ଅଙ୍ଗନୱାଡ଼ି କର୍ମୀ ତଥା ଟିଟିଲାଗଡ ବ୍ଲକ ଅଙ୍ଗନୱାଡ଼ି ସଂଗଠନ ସମ୍ପାଦିକା ଲକ୍ଷ୍ମନୀ ବାଗ, ନାରେନ୍‌ର ଅଙ୍ଗନୱାଡ଼ି କର୍ମୀ ତଥା ଅଙ୍ଗନୱାଡି ସଂଗଠନର ଜିଲ୍ଲା ସମ୍ପାଦିକା ବିନୋଦିନୀ ପଟେଲ, ପ୍ରଶାନ୍ତ ଷଡ଼ଙ୍ଗୀ, ଆଲୋକ ନାୟକ, ଅଶୋକ ମିଶ୍ର, ସୁନ୍ଦର୍ ଲାଲ ଶର୍ମା, କୁନା ଭାଟି, ରଶ୍ମି ରଞ୍ଜନ ଖମାରୀ, ବି ରାଜୁ ରାଓ, ଅଭିମନ୍ୟୁ ଛତର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.