om academy

ରାମଚଣ୍ଡୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୮ କିମି ଦୂର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମରେ ବିଜେମାନ କରିଥିବା ଯାହାକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କର-କମଳରେ ପ୍ରତିଷ୍ଠିତ ମା’ ରାମଚଣ୍ଡିଙ୍କ ମନ୍ଦିରର ନବକଳେବର ଅନୁଷ୍ଠିତ ହେବାର ଏକ ବର୍ଷ ବିତଯାଇଥିଲେ ମଧ୍ୟ ମା’ ରାମଚଣ୍ଡୀ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ମା’ରାମଚଣ୍ଡୀ ମହୋତ୍ସବ-୨୦୨୪ ଆୟୋଜିତ ହୋଇଆସିଛି । ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖାଦେଇଛି । ନୀଳାଦ୍ରିପୁର ଗ୍ରାମର ଧଡାପାହାଡ ଶିଖରରେ ବିଦ୍ୟମାନ କରିଥିବା ମା’ ରାମଚଣ୍ଡୀଙ୍କ ପୀଠରେ ତିନିଦିନ ଧରି ନାମଯଜ୍ଞ, ଅନ୍ନ-ଯଜ୍ଞ, ଘୃତଯଜ୍ଞ ସାଂଗକୁ ଦୈନିକ ସନ୍ଧ୍ୟାରେ ସାଂସ୍କୃତିକ ସମ୍ଭାରର ଆୟୋଜନ ହୋଇଆସି ଆଧ୍ୟାତ୍ମିକ ବାତାବରଣରେ ସ୍ଥାନଟି ମୁଖରିତ ହୋଇ ଉଠିଛି ।

Leave A Reply

Your email address will not be published.