jayashree

ପାଟଣାଗଡ଼ ଏନ୍‌ଏସି.ରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଜନମଞ୍ଚ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜ୍ଞାପିତ ଅଞ୍ଚଳ ପରିଷଦ ଏନ୍‌ଏସି ପାଟଣାଗଡ଼ ସହରରେ ଅଷ୍ଟମ ପାସ୍ ପିଲା ନଥିଲା ପରି ଉପକୁଳ ଅଞ୍ଚଳର ଯୁବକଙ୍କୁ ଆଣି ନିଯୁକ୍ତି ଦେବା ସରକାରୀ ଅର୍ଥ ଆତ୍ମସାତ ଭଲି ଅନିୟମିତତା ହେଉଥିବା ନେଇ ଜନମଞ୍ଚ ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜନମଞ୍ଚ ସଭାପତି ଡିଙ୍ଗର କୁମ୍ଭାର, ସଂପାଦକ ସୁଶିଲ ନାଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସୁଡା ପ୍ରୋଜେକ୍ଟ ଯୋଜନାରେ ସ୍ଥାନୀୟ ଯୁବକ ନିଯୁକ୍ତି ଦେବାର ନିୟମ ଥିବା ବେଳେ ନିୟମକୁ ଉଲ୍ଲଂଘନ କରାଯାଇ ଅନ୍ୟ ଉପକୂଳ ଅଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଲୋକାଲ ସେଲ୍‌ଫ ଗର୍ଭରମେଣ୍ଟର ଅର୍ଥ କ’ଣ ବୋଲି ଜନପଞ୍ଚ ସଭାପତି ଶ୍ରୀ କୁମ୍ଭାର ପ୍ରଶ୍ନ କରିଛନ୍ତି ? ଅନ୍ୟ ପକ୍ଷରେ ରୋଡ଼, ବିଜୁଳି, ଘର, ପାଣି, ବିକ୍ରି ଆଦି ଟେକ୍ସ ଦେଉଥିବା ବେଳେ ସ୍ଥାନୀୟ ପିଲା ନିଯୁକ୍ତି ସୁଯୋଗ ପାଇପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଶିକ୍ଷିତ ବେକାର ଯୁବକ ମାନଙ୍କୁ ଏନ୍ଏସି ବୈମାତୃକ ମନୋଭାବ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି । ଆହୁରୀ ମଧୃ ଅଭିଯୋଗ ହୋଇଛି ଯେ, ଷ୍ଟ୍ରିଟ ଲାଇଟ୍ ଦିନ ବେଳା ଜଳୁଛି, ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପୃଷ୍ଟପୋଷକତା କରୁଥିବା କିଛି ଏସ୍ଏଚ୍‌ଜି ଗ୍ରୃପକୁ ପ୍ରୋତ୍ସାହନ ଦିଆଯାଉଥିବା ଓ ଏସ୍ଏଚ୍‌ଜିର ଗୃହିଣୀ ମାନଙ୍କୁ ପ୍ରତିଦିନ ଦୈଡିବାକୁ ପଡ଼ିଥିବା ବେଳେ ଦାୟିତ୍ଵରେ ଥିବା ଏନ୍ଏସି କର୍ମଚାରୀ ଓ ଅଫିସର ପଦାକୁ ବାହାରୁ ନଥିବା ଅଭିଯୋଗ ଉପରେ ଅଭିଯୋଗ କରିଛନ୍ତି । ସରକାରୀ ଅର୍ଥ ବାଟମାରଣା ଓ ପିସି କାରବାର ନିୟମିତ ପାରମ୍ପରିକ ଭାବେ ଚାଲିଥିବା ବେଳେ ବର୍ଯ୍ୟ ବସ୍ତୁ ପରିଚାଳନା ନାଁରେ ପରିବାର ପିଛା ପ୍ରତି ମାସରେ ୧୫ ଟଙ୍କା ଲେଖାଏଁ ଜିଜିଆ କର ଅସୁଲି କରିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବସ୍ ଷ୍ଟାଣ୍ଡରେ ଥିବା ଶୌଚାଳୟର ପରିଚାଳନା ମଧ୍ୟ ଓଡ଼ିଶା ବାହାର ଲୋକ ପରିଚାଳନା ଦାୟିତ୍ଵ ଦିଆଯାଇଛି, ମୁକ୍ତା ଯୋଜନାରେ ତିଆରି ହୋଇଥିବା ଶୋକ୍ ପିଟ ପ୍ରକଳ୍ପଟି ଧର୍ମକୁ ଆଖି ଠାର ସଦୃଶ । ନାନୀ ସାଗର ବନ୍ଦର ଲିଜ୍ ପାଇଁ ମୋଟା ଅଙ୍କର ଟଙ୍କା କାରବାର ହୋଇଥିବା ଅଭିଯୋଗ ହେଉଛି, ବିଭିନ୍ନ ଉନ୍ନୟନମୂଳକ ଭିତ୍ତି ଭୂମୀ ବିକାଶ ନାଁରେ ଟେଣ୍ଡର ଫିକ୍ସିଂ ହେଉଥିବା ଏନ୍ଏସିରେ ଖାଲି ପଡ଼ିଥିବା ପଦବୀରେ ସ୍ଥାନୀୟ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞାପ୍ତି ପ୍ରକାଶ କରିବାକୁ ଶ୍ରୀ କୁମ୍ଭାର ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ କାମଚଳା ଅଧ୍ୟକ୍ଷ ଏନ୍ଏସିର କାର୍ଯ୍ୟ କଳାପ ଉପରେ ସଂପୂର୍ଣ୍ଣ ନଜର ଦେଖିପାରୁନଥିବା ଅଭିଯୋଗ କରିଛନ୍ତି । ଦାବୀ ପୂରଣ ନହେଲେ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ଠାରୁ ଆମରଣ ଅନଶନରେ ବସିବେ ବୋଲି ଶ୍ରୀ କୁମ୍ଭାର ଏକପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.