
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବନମାଳୀପୁର ଜାତୀୟ ରାଜପଥରେ ରବିବାର ସକାଳୁ ବାଇକ ସହ ଜନୈକ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ପରେ ମୃତ ବ୍ୟକ୍ତି ଜଣକ ପବିତ୍ର ଗୋଲାପୀ ଏବଂ ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ବୋଲି ଜଣାପଡିଥିଲା । ସେ କଳାହାଣ୍ଡି ଜିଲ୍ଲା କେଗାଁରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ନିଲମ୍ବିତ ହୋଇ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟ କରୁଥିଲେ । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୋଲାପୀ ଶନିବାର ରାତ୍ରୀରେ ଭବାନୀପାଟଣାରୁ ନବରଙ୍ଗପୁର ସାନଦୁବଲୀ ଗାଁକୁ ବାଇକରେ ଯାଉଥିଲେ । ସେହି ସମୟରେ ବନମାଳୀପୁରଠାରେ ଜାତୀୟ ରାଜପଥ ୨୬ରେ ଠିଆ ହୋଇଥିବା ଏକ ଟ୍ରକସହ ତାଙ୍କର ଧକ୍କା ହୋଇଥିଲା । ଜୋରରେ ଧକ୍କା ହୋଇଥିବାରୁ ତାଙ୍କ ବାଇକରେ ନିଆଁ ଲାଗିଥିଲା ଏବଂ ବାଇକ ସହ ଏଏସଆଇ ମଧ୍ୟ ଜଳି ଯାଇଥିଲେ ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ଧର୍ମଗଡ଼ ଏସଡିପିଓ ଏବଂ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୁନାଗଡ଼ ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ଘଟଣା ସ୍ଥଳରୁ ଉକ୍ତ ଟ୍ରକ ଫେରାର ହୋଇ ଯାଇଥିବାରୁ ପ୍ରଥମେ ପାରିପାର୍ଶ୍ଵିକ ଅବସ୍ଥାରୁ କେହି ହତ୍ୟାକରୀ ବାଇକ ସହ ଜଳେଇଦେଇ ଦୁଇଘାଟଣାର ରୂପ ଦେଇଥିବା ଚର୍ଚ୍ଚା ହେଉଥିଲା । ଖବର ଲେଖା ହେବା ଯାଏ ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳକୁ ଆସି ନାହାନ୍ତି ।