jayashree

ଧନସୁଳୀ ଆଶ୍ରମ ବିଦ୍ୟାଳୟ ଠାରେ ଜନଜାତି ଗୌରବମୟ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଳୀ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଜାତୀୟ ଗୌରବମୟ ଦିବସ ପାଳିତ ହୋଇଯାଇଛି । ରାଷ୍ଟ୍ର ପ୍ରେମର ମଶାଲ ଜଳାଇ ଇଂରେଜ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରି ବଳିଦାନୀ ହୋଇଥିବା ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କଲାପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବକାମାନେ ଉପସ୍ଥିତ ରହିଥିଲେ । ଆୟୋଜିତ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭା ନେତ୍ରୀ ଲକ୍ଷ୍ମୀ ମହାଜନ ଅଧ୍ୟକ୍ଷତା କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ଧନୁର୍ଜୟ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସହିଦ ବିର୍ସା ମୁଣ୍ଡାଙ୍କ ରାଷ୍ଟ୍ର ପ୍ରେମ ଓ ବଳିଦାନୀ ଜୀବନକୁ ଆଦର୍ଶ ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ବିଶ୍ଵନାଥ ବେହେରା, ଡାକ୍ତର ପ୍ରବାସ କୁମାର ପଟେଲ, ପୂର୍ବ ସରପଞ୍ଚ ଲକ୍ଷ୍ମଣ ମାଝୀ, ହଳଧର ନାଏକ, ଦସ୍ମତ ଦୁର୍ଗା, ଶଶିଭୂଷଣ ସିଂହଦେଓ, ଜଳେଶ୍ଵର ପୁଝାରୀ, ବୃନ୍ଦାବନ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ଆଶ୍ୱିନ କୁମାର ହରିଜନ ସଭା ପରିଚାଳନା କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟାକ୍ରମ ପ୍ରଦର୍ଶିତ ହୋଇଥିଲା । ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ର ଦ୍ୱାରା ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

Leave A Reply

Your email address will not be published.