oom

ପୁଇଁନ୍ତଲା ବ୍ଲକ କଂଗ୍ରେସର ଜନଜାଗରଣ ପଦଯାତ୍ରା ଓ ମିଶ୍ରଣ ପର୍ବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ଜିଲ୍ଲା ଅନୁସୂଚିତ ଜାତି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କ ସଂଯୋଜନାରେ ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ସହ ଏକ ଜନଜାଗରଣ ପଦଯାତ୍ରା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର ଗ୍ରାମ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଭାଲେର ଗ୍ରାମର ବଜାର ପ୍ରାଙ୍ଗଣରେ ଅଂଚଳର ଶତାଧିକ ମହିଳା ଓ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ନଗର ପରିକ୍ରମା କରିବା ସହ ବିଜେଡି ଓ ବିଜେପି ସରକାରର ଜନମାରଣ ନୀତି ବିରୁଦ୍ଧରେ ଏକ ପ୍ରଚାରପତ୍ର ଘରେ ଘରେ ବଣ୍ଟନ କରିଥିଲେ । ପ୍ରଥମେ ଗ୍ରାମର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଅଂଚଳର ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସ ଦଳ ଏବଂ ସଦର ବିଧାୟକ ନରସିଂହ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ଭାଲେର ଧନୁଯାତ୍ରା କମିଟିର ସଭାପତି ବ୍ରହ୍ମାନନ୍ଦ ନାଏକ, ବିଶିଷ୍ଟ କଳାକାର ରାଧାକାନ୍ତ ନାଏକ, ଶିବ ପ୍ରସାଦ ନାଏକ, ପ୍ରଫୁଲ୍ଲ ଦାଶ, ଶେଷଦେବ ନାଏକ, ବୃନ୍ଦାବନ ପଟେଲ, ପରଦେଶି ନାଗ, ରଣଜିତ କୁମ୍ଭାର ପ୍ରମୁଖଙ୍କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା କଂଗ୍ରେସ ଦଳକୁ ସ୍ୱାଗତ କରି ପୁଷ୍ପଗୁଚ୍ଛ ଏବଂ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଏହି ମହାନ ବ୍ୟକ୍ତି ବିଶେଷଙ୍କ କଂଗ୍ରେସରେ ଯୋଗଦାନ ଦ୍ୱାରା ଦଳ ଆହୁରି ସୁଦୃଢ ହେବା ସହ ଅଂଚଳର ଉନ୍ନତି ପାଇଁ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ତାଙ୍କ ବକ୍ତବ୍ୟରେ କୃଷକଙ୍କ ଉନ୍ନତି ପାଇଁ କେବଳ କଂଗ୍ରେସ ହିଁ ସର୍ବକୃଷ୍ଟ ଦଳ ବୋଲି ମତବ୍ୟକ୍ତ କରିବା ସହ ଧାନ ତଥା କୃଷି ଉତ୍ପାଦିତ ଦ୍ରବ୍ୟର ମୁଲ୍ୟ କେବଳ ଶାସିତ ରାଜ୍ୟରେ ଚାଷୀ ପାଉଥିବା ବେଳେ ଓଡିଶାରେ ତାର ବ୍ୟତିକ୍ରମ ହେଉଛି ବୋଲି କହିଥିଲେ । କଂଗ୍ରେସ ଶାସନ ସମୟରେ ଋଣଛାଡ ହେଉ କିମ୍ବା ସାର ଏବଂ କିଟନାଶକର ଦ୍ରବ୍ୟ ମୁଲ୍ୟ ହ୍ରାସ କରି ଚାଷୀଙ୍କୁ ଲାଭବାନ କରାଉଥିବା ବେଳେ ବିଜେପି ସରକାର କେବଳ ଶିଳ୍ପପତିମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଦଳିତ ନେତା ଓମ୍‌ ପ୍ରକାଶ କୁମ୍ଭାର ସମସ୍ତେ ଏକଜୁଟ ହୋଇ କାମ କଲେ ଦଳ ନିଶ୍ଚିତ ଭାବେ ସଫଳତାର ଶିର୍ଷରେ ରହିବା ସହ ଆଗାମୀ ଦିନରେ ଜନ ମାନସରେ ଆଦୃତ ହେବ ବୋଲି ମତବ୍ୟକ୍ତ କରିଥିଲେ । ପର୍ଯ୍ୟବେକ୍ଷକ ବୁଲୁ ଦାନୀ, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଛାତ୍ର ନେତା ଅଙ୍କିତ ସାହୁ, ବ୍ରଜ ବିହାରି ନାଗ, ଟଙ୍କଧର ଗଡତ୍ୟା, ଜୁଲୁ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ହିମାଂଶୁ ନନ୍ଦ, ବଜରଂଗ ଅମାତ, ଗୋକୁଳା କୁଅଁର, ସୁଦାମ ଷାଣ୍ଢ, ମେହେଫୁସ ଖାନ, ବିଜୟ କୁମ୍ଭାର, ଟିକେଲା ହରପାଲ, ପ୍ରମୋଦ କୁମ୍ଭାର, ରାଜା କୁମ୍ଭାର, ବିଦ୍ୟୁତ କୁମ୍ଭାର, କିରନ ସେଠ, ବିରୋଧ ତାଣ୍ଡି, ଜୟ କୁମାର ସାହୁ ଙ୍କ ସମେତ ଶତାଧିକ ମହିଳା ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.