ନୂଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜନଭାଗିଦାରୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ, ନୂଆପାଲିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୋଲିଶ୍ଵର ଧରୁଆଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭ‌ଶାନ୍ତି ମାଝୀ, ନାଏବ ସରପଞ୍ଚ ନିରଞ୍ଜନ ମେହେର, ସଭାପତି ଜଗବନ୍ଧୁ ରଣା ମଞ୍ଚାସୀନ ଥିଲେ । ଶିକ୍ଷକ ଶେଖ ଅବଦୁଲ ଆଲମ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ପୋପେଟ ମାଧ୍ୟମରେ ଏକ ଶିକ୍ଷଣ କାର୍ଯ୍ୟ ଶିକ୍ଷିକା ସ୍ୱାଗତିକା ହୋତାଙ୍କ ସହିତ ଅଭିନୟ କରିଥିଲେ । ଯାହାକି ଛାତ୍ରଛାତ୍ରୀ, ପିତାମାତା ଗୁରୁଜନଙ୍କ ଦ୍ଵାରା ଆଦୃତ ହୋଇଥିଲା । ଗ୍ରାମର ପିତା, ମାତା, ଅଭିଭାବକ, ଛାତ୍ର ଛାତ୍ରୀ, ଯୁବଗୋଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଶିକ୍ଷକ/ଶିକ୍ଷୟତ୍ରୀ ପ୍ରସନ୍ନି ବେହେରା, ଅଞ୍ଜଳି ନାଏକ, ମନିଷା ମିଶ୍ର, ଆନନ୍ଦିନୀ ପଣ୍ଡା, ରାଜଶ୍ରୀ ବାଗ, ସସ୍ମିତା ଛତ୍ରିଆ, କିଶୋରୀ ରଥ, ଶୁଭଶ୍ରୀ ମାହାଣା, ଗଣେଶ ବେହେରା, ପ୍ରଦୀପ କୁମାର ମାଝୀ, କୀର୍ତ୍ତନ ବଗାର, ପ୍ରକାଶ କୁମାର ଯୋଶୀ, ସନ୍ତୋଷ କୁମାର ଧରୁଆ, ଗିରିଧାରୀ ମାଝୀ, ଥିରେଶ ଚନ୍ଦ୍ର କୁମାର, ଦିଲ୍ଲୀପ ମେହେର, ରାଜୀବ କୁମାର ନାଥ, ସୁରେଶ ବଗର୍ତ୍ତୀ, ଶିବପ୍ରସାଦ ମିଶ୍ର, ନୀଳମଣି ନାଏକ ଓ ସମାଜ ସେବୀ ବିଦୁଭୁଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ବିସ୍ତାରିତ କରିବା ପାଇଁ ସମସ୍ତ ଶପଥ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.