ଜିଲ୍ଲା ପ୍ରଶାସନର ତୁରେକେଲା ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ସୂଚୀ ଅନୁସାରେ ଆଜି ତୁରେକେଲା ବ୍ଲକ ଅଫିସରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଉପସ୍ଥିତ ରହି ଜନଶୁଣାଣି କରିଥିଲେ । ସମସ୍ୟାମୂଳକ ମୋଟ ୬୪ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୨୭ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୩୭ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟାଗୁଡିକର ଶୁଣାଣି କରିଥିଲେ । ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ରେଡକ୍ରସ ରିଲିଫ ପାଣ୍ଠିରୁ ରୀନା ନାଗଙ୍କୁ ଆର୍ଥିକ ପୁନର୍ବାସ ନିମନ୍ତେ ୨୦ହଜାର ଟଙ୍କାର ସହାୟତା ଅନୁମୋଦନ କରାଯାଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପାଳ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ । ବର୍ଲା ପ୍ରାଥମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଚାରିବା ସହ ସ୍କୁଲ ଘର ତଦାରଖ କରିଥିଲେ । ସେହି ଗ୍ରାମର କୁଡ଼ା ବନଛୋରଙ୍କ ଏକ ଦେଶୀ କୁକୁଡା ଉଦ୍ୟୋଗ ଏବଂ ଡ୍ରିପ ଲିଟର ପ୍ରଣାଳୀରେ ଗରଗଡବାହାଲ ଗ୍ରାମର ଫୁଲମତି ମାଝୀଙ୍କ ୫୦୦ଟି ବ୍ରଏଲର କୁକୁଡା ପାଳନ ଫାର୍ମ ବୁଲିଦେଖିଥିଲେ । କୁଜେନରେ ସୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ହେଉଥିବା ମାଛ ଚାଷ ସ୍ଥାନ ବୁଲିବା ସହ ଆଗାମୀ ଦିନରେ କିପରି ଅଧିକ ମାତ୍ରରେ ଚାଷ ହେବ ସେଥିପାଇଁ ତତ୍ପର ହେବାକୁ କହିଥିଲେ । ଏହା ପରେ କଣ୍ଟାବାଞ୍ଜି ସ୍ଥିତ ବଡଡକେଲା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଯାଇ ଉପସ୍ଥିତ ରୋଗୀଙ୍କୁ ଚିକିତ୍ସା କଥା ପଚାରି ବୁଝିଥିଲେ । ସ୍ଥାନୀୟ ଡାକ୍ତରଙ୍କୁ ରୋଗୀଙ୍କ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ପରିପାର୍ଶ୍ଵିକ ଉନ୍ନତି ବିଷୟରେ ଧ୍ୟାନ ଦେବାକୁ କହିଥିଲେ । ମେଡିକାଲର ନୂତନ କୋଠା ବୁଲି ଦେଖିବା ସହ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!