ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଜନ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି । ସୂଚନା ଅନୁସାରେ ଅଗଷ୍ଟ ୦୭ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦ ମି ସମୟରେ ଜିଲ୍ଲା ମୁଖ୍ୟାଳୟଠାରେ ଅନୁଷ୍ଠିତ ହେବ । ସେହିପରି ୧୪ ତାରିଖ ସୋମବାର ଦିନ ସକାଳ ଘ ୧୦.୩୦ ମିରେ ଟିଟିଲାଗଡ, ୨୧ ତାରିଖ ସକାଳ ଘ ୧୦.୩୦ ମିରେ ତୁରେକେଲା, ୨୮ ତାରିଖ ସକାଳ ଘ ୧୦.୩୦ ମିରେ ପାଟଣାଗଡରେ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଅଭିଯୋଗ ଜନ ଶୁଣାଣିରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ ସହ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଯୁଗ୍ମ ଜନ ଶୁଣାଣିରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀମାନେ ଦରଖାସ୍ତ ଗ୍ରହଣ କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

Leave A Reply

Your email address will not be published.