ଆପ ପକ୍ଷରୁ ନିର୍ବାଚନ ମଣ୍ଡଳୀସ୍ତରୀୟ ଜନ ସମାବେଶ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ଉଦ୍ୟାନ ବଗିଚାଠାରେ ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ଦାବୀରେ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟ ମାହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ, ରାଜ୍ୟ ସମ୍ପାଦକ ଅମୀୟ ଶର୍ମା, ବଲାଙ୍ଗିର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, କଳାହାଣ୍ଡି ଜିଲ୍ଲା ଲୋକସଭା ଇନଚାର୍ଜ କୃତିବାସ ମୁଣ୍ଡ, କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥ ବୁଦ୍ଧିଆ, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ପି. ଶଙ୍କର ରେଡି, କଳାହାଣ୍ଡି ଜିଲ୍ଲା ଉପ ସଭାପତି ମୋହନ ସାହୁ, ନାରୀ ନେତ୍ରୀ ମମତା ନାଏକ ପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଉପରେ ବର୍ଷିବା ସହ ଆମ ଆଦମୀ ପାର୍ଟିକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ବେରୋଜଗାରୀ ରହିବ ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ସମସ୍ୟା ରହିବ ନାହିଁ, ମାଗଣାରେ ବିଜୁଳି, ପାଣିର ବ୍ୟବସ୍ଥା ହେବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ବ୍ଳକ ସଭାପତି ଦଶରଥ ସାହୁ, ଧରଣୀ ସାହୁ, ଭକ୍ତ ସାହୁ, ଭୂପିନ୍ଦର ଦୀପ ଉମାକାନ୍ତି ସାହୁ, ରୀତାରାଣୀ ସାହୁ, ଶମ୍ଭୁ ପାଣି ସାହୁ, ଯଶୋଦା ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କର୍ଲାମୁଣ୍ଡା, ମ.ରାମପୁର, ନର୍ଲା ଓ କେସିଙ୍ଗା ବ୍ଲକରୁ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.