lika

ବଲାଙ୍ଗିର ବିଜେଡ଼ି ପକ୍ଷରୁ ‘ବଲାଙ୍ଗିର ପାଇଁ ଜନସହଭାଗିତା’ କାର୍ଯ୍ୟକ୍ରମ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡ଼ି ପକ୍ଷରୁ ‘ବଲାଙ୍ଗିର ପାଇଁ ଜନସହଭାଗିତା’ କାର୍ଯ୍ୟକ୍ରମ ମୀନା ଟେଣ୍ଟ ହାଉସ୍‌ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡ଼ିର ବହୁ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ବଲାଙ୍ଗିର ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ବିଜେଡ଼ିର ବିଶିଷ୍ଟ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ମନ୍ମଥ ନାରାୟଣ ସିଂହଦେଓ, ଶ୍ରୀମତୀ ମେଘନା ମଂଜରୀ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ପ୍ରମୁଖ ଯୋଗଦାନ କରିଛନ୍ତି । ବଲାଙ୍ଗିରର ଉନ୍ନତି ହୋଇଛି ଏବଂ ଆହୁରି ହେବ ବୋଲି ବିଜେଡ଼ି ପକ୍ଷରୁ ଏହି ଜନସହଭାଗିତା କାର୍ଯ୍ୟକ୍ରମରେ କୁହାଯାଇଛି । ଆମ ନବୀନ ସରକାରଙ୍କ ଆଶୀର୍ବାଦରେ ଆମ ବଲାଙ୍ଗିରରେ ଅନେକ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବଲାଙ୍ଗିରର ଆହୁରି ଅଧିକ ଉନ୍ନତି ପାଇଁ ଆମକୁ ଆପଣମାନଙ୍କ ସହଭାଗିତାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ବିଜେଡ଼ି କର୍ମକର୍ତ୍ତାଙ୍କ ସହ ବହୁ ସାମାଜିିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି ।

babaa
Leave A Reply

Your email address will not be published.