ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମ ମହୁଲପାଲି ଗ୍ରାମରେ ପଞ୍ଚାୟତ ସ୍ଥରୀୟ ଏକ ଜନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିଲା । ସର୍ବ ପ୍ରଥମେ ଆଦିବାସୀ କୁଳର ଦେବାଦେବୀଙ୍କୁ ଏବଂ ପାରଂପରିକ ଅସ୍ତ୍ରଶସ୍ତ୍ରକୁ ପୁଜାର୍ଚ୍ଚନା କରି ବାଜା ବଜାଇ ଏକ ଶୋଭାଯାତ୍ରା ହୋଇଥିଲା । ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ, ସମ୍ମାନିତ ଅତିଥି ଜିଲ୍ଲା ସଭାପତି ଗୋବିନ୍ଦ ବରିହା , ପାଇକମାଳ ବ୍ଲକ ସଭାପତି ଚେରୁ ବରିହା , ଗାଇସିଲେଟ ବ୍ଲକ ସଭାପତି ସଶିଭୁଷଣ ବରିହା, ଯୋଗେନ୍ଦ୍ର ବରିହା, ଦୃଣ କନ୍ଦା, ପଦ୍ମପୁର ବ୍ଲକ ସଭାନେତ୍ରୀ ଶଖି ବରିହା, ରମେଶ ବରିହା, ବିନୋଦିନୀ ନାଏକ ଏବଂ ଅନ୍ୟତମ ମଞ୍ଚାସିନ ଥିଲେ । ଆଦିବାସୀ ମାନଙ୍କର ତଥା ଅନ୍ୟ ବର୍ଗର ଗରିବଲୋକ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରାସ୍ତା ମରାମତି ଏବଂ ଯୋଗ୍ୟତା ହୀତାଧିକାରୀଙ୍କ ବାର୍ଦ୍ଧକ୍ୟ ଭର୍ତ୍ତା ବିକଳାଙ୍ଗ ଭର୍ତ୍ତା ଓ ରାସନ୍ କାର୍ଡ ବଞ୍ଚିତ ଥିବା ପରିବାରଙ୍କୁ ରାସନ୍ କାର୍ଡ କିଭଲି ଭାବରେ ମିଳିବ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ମୂଳକ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଏଥିପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାର ପରିଚାଳନା କରିଥିଲେ ଉପିନ୍ଦ୍ର ବରିହା, ସଭା ଶେଶରେ ନିଲେଶ୍ୱର ଭୁଏ ଧନ୍ୟବାଦ ଦେଇ ସଭାକୁ ଶେଷ କରିଥିଲେ ।