ଜନ ସଚେତନତାରେ ହିଁ ସଂକୀର୍ତନ ସଂସ୍କୃତିର ସୁରକ୍ଷା ସମ୍ଭବ : ଜିଲ୍ଲା ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବରେ ମତ ପ୍ରକାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାବ ଭକ୍ତିର ସମ୍ମିଶ୍ରଣ ହେଉଛି ସଂକୀର୍ତନ ମାତ୍ର ସମ୍ପ୍ରତି ସଂକୀର୍ତନ ଧୀରେ ଧୀରେ ଅପସଂସ୍କୃତି ଆଡକୁ ଠେଲି ହୋଇଯାଉଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ପୀଠରେ ଜିଲ୍ଲା ସଂକୀର୍ତନ ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସଂକୀର୍ତନ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶଙ୍କ ଅଧ୍ୟକ୍ଷତା ଓ ଆବାହକ ଗୋପବନ୍ଧୁ ପୁରୋହିତ ତଥା ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରଂଭରେ ବଲାଙ୍ଗିରର ପବିତ୍ର ହରିଶଙ୍କର ପୀଠରୁ ଏକ ଶୋଭାଯାତ୍ରାରେ ଆରମ୍ଭ ହୋଇ ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପହଞ୍ଚିଥିଲା । ଏକ ଶୋଭାଯାତ୍ରା ବାହାରି ନୃସିଂହନାଥ ପୀଠରେ ପ୍ରଭୁଙ୍କ ଦର୍ଶନ ପୂର୍ବକ କାର୍ଯ୍ୟ ଶୁଭାରମ୍ଭ ହୋଇ ସ୍ଥାନୀୟ ଆୟୋସିଏଲ୍‌ ଅତିଥି ଭବନରେ ପହଞ୍ଚିଥିଲା । ସଂକୀର୍ତ୍ତନ ସଂସ୍କୃତ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ସଂକୀର୍ତନ ଗୁରୁ ନୃସିଂହ ଦାଶ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ ଯୋଗଦେଇ ସଂକୀର୍ତନ ସଂସ୍କୃତି କିପରି ଅପସଂସ୍କୃତି କବଳରେ କବଳିତ ହେଉଛି ସେ ବିଷୟରେ ଏକ ଜନ ସଚେତନତା ଧର୍ମୀ କବିତା ମହିଳା ସଂକୀର୍ତନ ଲୋକାର୍ପିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଦୀପ ପଟ୍ଟନାୟକ ସାମାଜିକ କର୍ମୀ ଟିକେଲାଲ ନାଏକ, ସଂକୀର୍ତନ ଗୁରୁ ସୁଧର୍ମା ଦାଶ୍, ସଂକୀର୍ତନ ଗାୟକ ଗୋବିନ୍ଦ ଧରୁଆ, ଖଗେଶ୍ୱର ପୁରୋହିତ, ଲଳିତ ମୋହନ ପଣ୍ଡା, ସଦାନନ୍ଦ ଦାଶ୍ ରାମଚନ୍ଦ୍ର ସାହୁ, ନୀଳ ଦେବତା ସୁଶୀଲ ଦାଶ୍ ପ୍ରମୁଖ ଯୋଗଦେଇ ଜନ ସଚେତନା ହିଁ ଅପସଂସ୍କୃତିକୁ ରୋକିପାରିବ ବୋଲି ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣ ପ୍ରଧାନ ପଞ୍ଚାନନ ବାଗ, ସୁରେଶ ଗନ୍ତୟତ ଦୀପକ ବାରିକ ଭରତ ପ୍ରଧାନ, କୈଳାସ ଚନ୍ଦ୍ର ସାହୁ, ଗଣେଶ ରାମ ଭୋଇ, ଦେବାରଚନ ଭୋଇ ପ୍ରମୁଖ ସଂକୀର୍ତନ ପ୍ରେମୀ ସଂକୀର୍ତନର ସାମ୍ରାତିକ ଅବସ୍ଥାକୁ ଦେଖି ଗଭୀର କ୍ଷୋଭ ପ୍ରକାଶ କରି ବ୍ୟାପକ ସଚେତନତାର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବରିକେଲ ସଂକୀର୍ତନ ଦଳର ସଦସ୍ୟ ବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ପରିଷଦର ସାଧାରଣ ସମ୍ପାଦକ ପଣ୍ଡିତ ଜୟଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂକୀର୍ତନ ସଂସ୍କୃତି ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ନୀତିଶ ଆଚାର୍ଯ୍ୟ, ଗୁରୁ ସୁଧର୍ମା ଦାଶ୍ ଗାୟକ ଖଗେଶ୍ୱର ପୁରୋହିତ, ଗୋବନ୍ଦ ଧରୁଆ ଟିକେଲାଲ ନାଏକ ସଦାଶିବ ସାହୁ ପ୍ରମୁଖଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ପଦ୍ମପୁରଠାରେ ଏକ ବିରାଟ ସମାବେଶର ଆୟୋଜନ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.