ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ପ୍ରାଥମିକ ବିଦ୍ୟାଳୟ ମଲମୁଣ୍ଡାଠାରେ ଶୁକ୍ରବାର ଦିନ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଅର୍ଜନ କରିବାରେ ପିତାମାତାଙ୍କ ଭୂମିକା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାିଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଯାଜ୍ଞସେନୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବହୁ ଅଭିଭାବକ, ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ବିଦ୍ୟାଳୟ ସୁପରିଚାଳନାରେ ସହଯୋଗ ତଥା ଘରେ ପିଲାମାନଙ୍କୁ ପାଠପଢ଼ାରେ ମା’ବାପା କିପରି ସହଯୋଗ କରିପାରିବେ ଏହି କାର୍ଯ୍ୟକ୍ରମ ଉପରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ଜି୨୦ -୨୦୨୩ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଓ ଓଡିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ । ସଭା ଶେଷରେ ସମସ୍ତ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ବୁଦ୍ଧିଜୀବୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଉପରେ ଏକ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଇତିଶ୍ରୀ ଦାଶ, କଳ୍ପନାରାଣୀ ପଟେଲ, ରଂଜିତା ଜେନା ସହଯୋଗ କରିଥିବା ବେଳେ ପ୍ରମୋଦ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।