om academy

ଋଣ ଅସଲିକୁ ନେଇ ଜନ ଅସନ୍ତୋଷ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ ଚାଲିଥିବା ବେଳେ ରାଜ୍ୟ ସରକାର କିଭଳି ମାଇକ୍ରୋଫାଇନାନ୍ସ କମ୍ପାନୀ ଗୁଡିକୁ ଋଣ ଅସୁଲି ପାଇଁ ଅନୁମତି ଦେଇଛନ୍ତି, ତାହା ଚିନ୍ତାର ବିଷୟ ପାଲଟିଛି । ଏପଟେ ଗରିବ ମା’ମାନଙ୍କୁ ହଇରାଣ ହରକତ କରି ବିଭିନ୍ନ ସଂସ୍ଥା ଜୁଲୁମ କରାଯାଉଥିବା ବେଳେ ବିନା ମାକ୍ସ, ବିନା ସୋସିଆଲ ଡିଷ୍ଟାନ୍ସରେ କିଭଳି ଋଣ ଆଦାୟ ପାଇଁ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର ବୋଲି ସାଧାରଣରେ ଆଲୋଚନା ହେଉଛି । ୠଣ ଦେଉ୍‌ଥିବା ସଂସ୍ଥାର କର୍ମଚାରୀ ଅନ୍ୟ ବ୍ଲକରୁ ଅନ୍ୟ ବ୍ଲକକୁ ଆସୁଛନ୍ତି, ଏହାକୁ ନେଇ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ପଦ୍ମପୁର ଉପଜିଲ୍ଲାପାଳ ଓ ବିଜେପୁର ବିଡ଼ିଓ ଏବଂ ବିଜେପୁର ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଅଧିକାରୀମାନେ ଉଚିତ ପଦକ୍ଷେପ ନିଆଯିବା ପାଇଁ ପ୍ରତିଶୃତି ଦେଇଛନ୍ତି ଏବଂ ଏହା ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ କହିଛନ୍ତି ।

Leave A Reply

Your email address will not be published.