
ବରଗଡ, (ମୁନ୍ନା ସାହୁ) : ଟ୍ରକ-ବାଇକ ମୁହାଁମୁହିିଁ । ବରଗଡ଼ ଗୋବିନ୍ଦପୁରରେ ଟ୍ରକ ଓ ବାଇକ ଦୁର୍ଘଟଣାଗ୍ରସ୍ତ । ଜଣେ ମୃତ, ୨ ଜଣ ଆହତ । ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତା ରୋକ କଲେ ଗ୍ରାମବାସୀ । ଗୁରୁବାର ସନ୍ଧ୍ୟା ୬ଟା ସମୟରେ ତହସିଲଦାର, ଏଡିସନାଲ ଏସ୍ପି ଓ ଏସ୍ଡ଼ିପିଓଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକରୁ ହଟିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ ଆଜି ଦ୍ୱିପ୍ରହରରେ ବରଗଡ଼ ଗୋବିନ୍ଦପୁରର ୩ ଜଣ ଯୁବକ ବାଇକରେ ଘରକୁ ଫେରୁଥିବା ସମୟରେ ଟ୍ରକ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୨୫ ବର୍ଷୀୟ ସୁରେଶ ଗଡତିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ହେମସାଗର ଭୁଏ ଓ ଶିବୁ ସରାଫଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଯାଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ଗୋବିନ୍ଦପୁର ସରପଞ୍ଚଙ୍କ ସହ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଘଟଣାସ୍ଥଳରୁ ରାସ୍ତା ରୋକ ହଟିଥିଲା ।