oom

୬୫ଟି ଅଭିଯୋଗରେ ସରିଲା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସଭାଗୃହରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଉପଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଜା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ବିଡ଼ିଓ ସିଦ୍ଧେଶ୍ୱର ମେହେର ପ୍ରମୁଖ ଯୋଗଦାନ କରିଥିଲେ । ଏଥି ସହିତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସମୁଦାୟ ୬୫ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ବେଳେ ଏଥିରେ ୫୦ରୁ ଅଧି୍‌ ବ୍ୟକ୍ତିଗତ ଥିଲା ବେଳେ ଅବଶିଷ୍ଟ ସାମୁହିକ ଅଭିଯୋଗ ଥିଲା । ଏହିସବୁ ଅଭିଯୋଗ ମଧ୍ୟରେ ବିଶେଷ କେସିଙ୍ଗା ୱାର୍ଡ ନମ୍ବର ୧୦ର ବସ୍ତି ବାସିନ୍ଦାମାନେ ଆସି ଘରଡିହ ପଟ୍ଟା କେବେ ପ୍ରଦାନ କରିବେ ବୋଲି ଦରଖାସ୍ତ ଦେଇଥିଲେ । ପିଏମ୍ ଆବାସରୁ ବଞ୍ଚିତ ଥିବା ଗରିବ ହିତାଧିକାରୀଙ୍କୁ ନୂତନ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ୬ଟି, ସାମାଜିକ ସୁରକ୍ଷା ଯୋଜନାରୂ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରିବା ୨୩ଟି, ଶସ୍ୟଖଳା ନିର୍ମାଣରେ ଅନିୟମିତତା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର, କେସିଙ୍ଗା ବ୍ଲକର ଭାରପ୍ରାପ୍ତ ଜିପିଡିଓଙ୍କ ଦୁର୍ନୀତି, ବାସହୀନ ପରିବାରଙ୍କୁ ମାଗଣା ଘରଡିହ ଯୋଗାଣ ଆଦି ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ପ୍ରଚାର ପ୍ରସାର ଅଭାବ ଯୋଗୁଁ ଜନସାଧାରଣ ଜାଣି ପାରୁନାହାନ୍ତି ଜନଶୁଣାଣୀର ତାରିଖ ଓ ସ୍ଥାନ ପୁଣି ଅଭିଯୋଗ ଶୁଣାଣୀରେ ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର କୌଣସି ସାମ୍ବାଦିକମାନଙ୍କୁ ଡକା ଯାଉନ ଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି ସାମ୍ବାଦିକଙ୍କୁ ଅଣଦେଖା ବିଷୟ ଉପରେ କେସିଙ୍ଗା ବିଡ଼ିଓଙ୍କୁ ପଚାରିବାରୁ ମୁ ଅନ୍ୟ ଜଣେ ଅଧିକାରୀଙ୍କୁ ସାମ୍ବାଦିକମାନଙ୍କୁ ଡାକିବା ପାଇଁ କହିଥିଲି ସେ କାହିଁକି ସାମ୍ବାଦିକମାନଙ୍କୁ ସୂଚନା ଦେଇ ନାହାନ୍ତି ପଚାରି ବୁଝିବି ବୋଲି କହିଥିଲେ । ପ୍ରଚାର ପ୍ରସାର ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜନଶୁଣାଣୀ ତାରିଖ ସରକାର ଆଗରୁ ଫିକ୍ସ କରିଛନ୍ତି ଯାହା ପ୍ରମୁଖ ସମ୍ବାଦପତ୍ର ଗୁଡିକ ମାଧ୍ୟମରେ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି । ତଥାପି ଆସନ୍ତା ଅଭିଯୋଗ ଶୁଣାଣି ସମୟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରସାର କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

jittmm
Leave A Reply

Your email address will not be published.