centurian jitm

କଂଗ୍ରେସର ଜନ ଆଶିର୍ବାଦ୍‌ କାର୍ଯ୍ୟକ୍ରମ

nschool
  • ବିଭିନ୍ନ ଜାତି ସମାଜ ସହ ଆଲୋଚନା ଓ ଆଶିର୍ବାଦ୍‌ ଲୋଡିଲେ ସମରେନ୍ଦ୍ର
  • ଅର୍ଥନୈତିକ ବିକାଶ ସହ ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ଆମର ଲକ୍ଷ୍ୟ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମାରୱାଡି, ଗୁଜରାତି, ବିହାରୀ ଓ ସିନ୍ଧି ସମାଜର ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଆଗକୁ ନିର୍ବାଚନ, ଆମେ ସବୁବେଳେ ଚାହିଁବୁ ଯେ ଏହି ସମାଜର ଲୋକମାନେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ବଲାଙ୍ଗିରରେ ସହାବସ୍ଥାନ କରନ୍ତୁ କିନ୍ତୁ ଦୁଃଖର ବିଷୟ ଧିରେ ଧିରେ ଆମ ସହର ଖାଲି ହେବାରେ ଲାଗିଛି । ଏଠିକାର ଛାତ୍ର ଯୁବକ ଶିକ୍ଷା ହେଉ କି ରୋଜଗାର ପାଇଁ ହେଉ ସହର ଛାଡୁଛନ୍ତି । ବ୍ୟବସାୟୀମାନେ ଧିରେ ଧିରେ ବଲାଙ୍ଗିର ପ୍ରତି ବିମୁଖ ହେଉଛନ୍ତି । ଏହାର କାରଣ ଖୋଜିବାକୁ ପଡିବ । ଆପଣମାନେ ଦେଖିବେ ଗତ ୨୪ ବର୍ଷ ଭିତରେ ସରକାରମାନେ ଏ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ଯାହାକି ଅଂଚଳର ଅର୍ଥନୈତିକକୁ ସମୃଦ୍ଧ କରିଥାଏ, ସେ କ୍ଷେତ୍ରରେ ବିକାଶ ପାଇଁ ଆନ୍ତରିକତା ଦେଖାଇ ନାହାନ୍ତି ତେଣୁ ଆମର ଲକ୍ଷ୍ୟ ହେବ ଏ ଅଂଚଳର ଯୁବକ, ଛାତ୍ର, ବ୍ୟବସାୟୀ ଯେପରି ଏହି ଅଂଚଳରେ ହିଁ ରହି ତାଙ୍କର ଶିକ୍ଷା ହେଉ କି ରୋଜଗାର ହେଉ କରିପାରିବେ ସେଥି ପାଇଁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସହ ଅଂଚଳର ସମଗ୍ରୀକ ଅର୍ଥନୈତିକ ବିକାଶ ପାଇଁ ପଦକ୍ଷେପ ନେବା ମୋର ପ୍ରଥମ ଲକ୍ଷ୍ୟ ହେବ ବୋଲି ସ୍ଥାନୀୟ ସେଲିବ୍ରେସନ୍‌ ହୋଟେଲ ପଛପଟ ପଡିଆରେ ଅନୁଷ୍ଠିତ ଜନ ଆଶିର୍ବାଦ୍‌ ସମାରୋହରେ ସମରୋହ ଉପସ୍ଥିତ ଥିବା ଜାତିସମାଜର ଜନସାଧାରଣଙ୍କୁ କହିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣମାନେ ଆଗାମୀ ନିର୍ବାଚନରେ ଏପରି ଏକ ଜନପ୍ରତିନିଧିକୁ ଆଶିର୍ବାଦ୍‌ କରନ୍ତୁ ଯେ’ କି ଏ ମାଟିରେ ବଢିଥିବ, ଏ ମାଟିରେ ପଢିଥିବ, ଏ ମାଟିର ସମସ୍ୟା ଭୋଗିଥିବ ଓ ଜାଣିଥିବ ତାହା ହେଲେ ହିଁ ସେ ସମସ୍ୟା ସମାଧାନ କିପରି ହେବ ତାର ବାଟ ବାହାର କରିପାରିବ ବୋଲି ସମରେନ୍ଦ୍ର କହିଥିଲେ । ଆମ ଆଗରେ ଏପରି ପ୍ରତିଦ୍ୱନ୍ଦି ଅଛନ୍ତି ଯେଉଁମାନେ କି ମିଛ କହିବାର ଢେର ଅଭିଜ୍ଞତା ରଖିଛନ୍ତି । ନା ତାଙ୍କ ପାଖରେ ଦୂରଦୃଷ୍ଟି ଅଛି ନା ଲୋକଙ୍କ ପାଇଁ କିଛି ଭଲ କାମ କରିବାର ଅଭିଜ୍ଞତା ଅଛି । ତେଣୁ ଏପରି ନକରାତ୍ମକ ଅଭିଜ୍ଞତା ଥିବା ରାଜନେତାମାନେ ଯେଉଁମାନେ କି କେବଳ ନିର୍ବାଚନ ପୂର୍ବରୁ ବଲାଙ୍ଗିକୁ ୬ ମାସ ପାଇଁ ଆସନ୍ତି ଓ ଲୋକଙ୍କୁ ଖଚ ମିଛ କହି ଭୋଟ୍‌ ହତେଇବା ଅପଚେଷ୍ଟା କରିଥାନ୍ତି ସେମାନଙ୍କୁ ଆପଣମାନେ ଏହି ନିର୍ବାଚନରେ ବରଖାସ୍ତ କରନ୍ତୁ ବୋଲି ସମରେନ୍ଦ୍ର କହିଥିଲେ । ଜନ ଆଶିର୍ବାଦ୍‌ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ବିଭିନ୍ନ ଜାତି ସମାଜକୁ ସମରେନ୍ଦ୍ରଙ୍କୁ ଆଶିର୍ବାଦ୍‌ ପ୍ରଦାନ ପାଇଁ ଅନୁରୋଧ କରିବା ସହ ସେ ଗତ ୧୦ ବର୍ଷରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ଅଗ୍ରଗତିକୁ ଏଠିକାର ରାଜପରିବାର କିପରି ପ୍ରତିବନ୍ଧକ ସୃଷ୍ଟି କରିଥିଲେ ତାର ସୂଚନା ଦେଇଥିଲେ । ନିଜେ ମରିବା ପର୍ଯ୍ୟନ୍ତ ରାଜନୀତି ଛାଡିବେ ନାହିଁ ବୋଲି କହିବା ସହ ଆଗାମୀ ଦିନରେ ବଲାଙ୍ଗିର ପାଇଁ କିଛି ଶିଳ୍ପ ନିଶ୍ଚିତ ଭାବରେ ଅଣାଯିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଗତ ୧୦ ବର୍ଷର ସମୟ ନିଶ୍ଚିତ ଭାବରେ ସହରରେ ରହୁଥିବା ଏହି ଜାତି ସମାଜମାନେ ଶାନ୍ତିପୁର୍ଣ୍ଣ ଭାବରେ ନିଜ ନିଜର ଜୀବନ ଯାପନ କରି ନିଜର ଜିବିକା ନିର୍ବାହ କରିପାରିବେ ସେ ଦିଗରେ ଆମେ ନିଶ୍ଚିତ ଯତ୍ନବାନ ହେବୁ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧିସମାଜ ସଭାପତି ଗିରିଧାରୀ ବାଗୱାନି, ସଭାପତି ଗୁଜୁରାତି ସମାଜ ଗଜେନ୍ଦ୍ର ଭମର, ବିହାରୀ ସମାଜ ସଭାପତି ଶ୍ରୀବାସ୍ତବଜୀ, ମାରୱାଡି ସମାଜ ସଭାପତି ମନୋଜ ଜୈନ ପ୍ରମୁଖ ମଂଚାସୀନ ରହି ନିଜ ନିଜ ସମାଜ ତରଫରୁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ସମୁହ ଆଶିର୍ବାଦ୍‌ ପ୍ରଦାନ କରିଥିଲେ ।

Leave A Reply

Your email address will not be published.