oom

ଯମୁନା, ବନବାହାଲ, ବାରବନ୍ଧ, ଷ୍ଟେସନ ପଡ଼ା ସହ ବିଭିନ୍ନ ଗ୍ରାମରେ ଚନ୍ଦନଯାତ୍ରା ମହୋତ୍ସବ ଆରମ୍ଭ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅଞ୍ଚଳର ଯମୁନା, ବନବାହାଲ, ବାରବନ୍ଧ, ମୁରିବାହାଲ (ଷ୍ଟେସନ ପଡ଼ା) ସମେତ ବିଭିନ୍ନ ଗ୍ରାମରେ ବୁଧବାରଠାରୁ ଚନ୍ଦନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଚନ୍ଦନ ଯାତ୍ରା ମହୋତ୍ସବ ଚନ୍ଦନ ପୂର୍ଣ୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ । ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟ ପର୍ବ, ପୁରାଣ ପଠନ, ନାବକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକ ବଧ, ଗୋଧନ ହରଣ, ଅଭିମନ୍ୟୁ- ଉତ୍ତରାବାଲି ବିବାହ ପ୍ରଭୃତି ବିରାଟପର୍ବର ପୌରାଣିକ ନାଟକଗୁଡ଼ିକ ମଞ୍ଚସ୍ଥ ହେବ। ପୂର୍ବଦିନ ପ୍ରତ୍ୟେକ ଗ୍ରାମରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯମୁନା ଗ୍ରାମରେ ଅନୁଷ୍ଠିତ ତୃତୀୟ ବର୍ଷ ଚନ୍ଦନ ଯାତ୍ରାରେ ଗାନ୍ଧୀଲାଲ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୌରୀ ମହାକୁର କର୍ତ୍ତା, ଦୁର୍ଯ୍ୟୋଧନ ପାଣିଗ୍ରାହୀ ଓ ପ୍ରେମାନନ୍ଦ ଥନାପତି ପୂଜକ ଦାୟିତ୍ଵରେ ଅଛନ୍ତି । ଆୟୋଜକ ଯମୁନା ଗ୍ରାମର ହୃଦାନନ୍ଦ କର୍ଣ୍ଣ, ସୁଶୀଲ ମେର୍ଲି, ବ୍ରଜମୋହନ ମହାକୁର, ମଲିଆ ପଧାନ, ମାର୍କଣ୍ଡ ମହାକୁର, ପରମାନନ୍ଦ ମହାକୁର, ଉଦ୍ରାଧର ମହାକୁର, ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ମଧୁସୁଦନ କର୍ମୀ, ବୁଡୁ ଡ଼ାଙ୍ଗ, ସୁରେଶ ପଧାନ, ଶଙ୍କର୍ଷଣ କର୍ମୀ, ଦିଲ୍ଲୀପ କର୍ଣ୍ଣଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବନବାହାଲ ଗ୍ରାମରେ ବିଶ୍ୱଜିତ କୁଅଁର ଓ ତାଙ୍କ ଧର୍ମପତ୍ନୀ ଶିବାନୀ କୁଅଁର କର୍ତ୍ତା, ଗୁଣନିଧି ପାଣିଗ୍ରାହୀ ଓ ସଦାଶିବ ଦାସ ପୂଜକ ଦାୟିତ୍ଵରେ ଅଛନ୍ତି । ଆୟୋଜକ ପୂଜା କମିଟି ସଭାପତି ପ୍ରହଲ୍ଲାଦ ବେହେରା, ଉପସଭାପତି ଗୋପବନ୍ଧୁ ଭୋଇ, ସମ୍ପାଦକ ବସନ୍ତ କୁଅଁର, ରାଜକୁମାର ନାଏକ, କୋଷାଧ୍ୟକ୍ଷ ଗୁପ୍ତେଶ୍ୱର କୁଅଁର, ସୁରେଶ ଧରୁଆ, ଦୀନକୃଷ୍ଣ ବାଗଙ୍କ ସହ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମୁରିବାହାଲ ଷ୍ଟେସନପଡାରେ ଅନୁଷ୍ଠିତ ଚତୁର୍ଥ ବର୍ଷ ଚନ୍ଦନ ଯାତ୍ରାରେ ତରୁଣ ପୋଢ଼ ଓ ତାଙ୍କ ଧର୍ମପତ୍ନୀ ତପସ୍ଵିନୀ ପୋଢ଼ କର୍ତ୍ତା ଓ ପ୍ରଣବ କୁମାର ଦାସ ପୂଜକ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମରେ ନରେନ୍ଦ୍ର ନାଏକ ଓ ତାଙ୍କ ଧର୍ମପତ୍ନୀ ମେନକା ନାଏକ କର୍ତ୍ତା, ଘାସିରାମ ପାଣିଗ୍ରାହୀ ପୂଜକ ଦାୟିତ୍ଵରେ ଥିବା ବେଳେ ଆୟୋଜକ କମିଟିର ବଳବନ୍ତ ଭୋଇ, ଦେବାର୍ଚ୍ଚନ ନାଏକ, ଦୁର୍ବାସା ସାହୁ, ଲୋକନାଥ ବଘାର, ଅଭି ଖର୍ସେଲ, ଗିରିଧାରୀ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବ୍ଲକ ଅଞ୍ଚଳର ଅନ୍ୟ ବହୁ ଗ୍ରାମରେ ମଧ୍ୟ ଚନ୍ଦନ ଯାତ୍ରା ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.