lika

ରିଷିଡା ଜେକେ କଲେଜକୁ ୩୬ ବର୍ଷ ପରେ ମିଳିଲା ଜମିପଟ୍ଟା

gbag

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସୋମବାର ଜମିପଟ୍ଟା ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟଠାରେ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡି ବିଦ୍ୟାଳୟର ଅଧ୍ୟକ୍ଷ ପି.ଏ.କେ ତ୍ରିପାଠୀଙ୍କୁ ୬୪ ଡିସମିଲ ଜମିପଟ୍ଟା ପ୍ରଦାନ କରିଥିଲେ । ଏଇ ସମୟରେ ତହସିଲଦାର ବାସନ୍ତୀ ସେଠୀ, ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧା, ବ୍ଲକ ଅଧକ୍ଷ୍ୟା କୁନି ସାହୁ, ଅଧ୍ୟାପକ ଗିରିରାଜ ଗହୀର, କ୍ରୀଡା ଶିକ୍ଷକ ଲଳିତ ଦାଶ୍, ଚିନ୍ମୟ ରଣା, ସୌମ୍ୟ ରଂଜନ ତ୍ରିପାଠୀ ଉପସ୍ଥିତ, ରିଷିଡା ଗ୍ରାମ ଉନ୍ନୟନ କମିଟି ସମ୍ପାଦକ ନରୋତ୍ତମ ସେଲମା ଥିଲେ । ତେବେ ଦୀର୍ଘ ୩୬ ବର୍ଷ ପରେ ଏଇ ଜୁନିୟର କଲେଜ ନିଜ ବିଦ୍ୟାଳୟର ଜମିପଟ୍ଟା ପାଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ପ୍ରକାଶ ଥାଉକି ନିକଟ ଅତୀତରେ ରାଜ୍ୟ ସରକାର ଶିକ୍ଷା ଅନୁଷ୍ଠାନ ଗୁଡିକ ସରକାରୀ ଜମିରେ ଥିଲେ, ତାକୁ ଉକ୍ତ ଜମିର ମାଲିକାନାସତ୍ୱ ଦେବା ପାଇଁ ଘୋଷଣା କରିଥିଲେ । ତ୍‌ଦନୁସାରେ ଏଇ କଲେଜକୁ ପଟ୍ଟା ପ୍ରଦାନ କରାଯାଇଛି ।

babaa
Leave A Reply

Your email address will not be published.