୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲା ହାଇୱା, ଜଳିଗଲେ ଡ୍ରାଇଭର୍‌

ସୁନ୍ଦରଗଡ଼ : ୧୧ କେଭି ବିଦ୍ୟୁତ ତାର ଲାଗି ଜଳିଗଲା ହାଇୱା । କେବଳ ସେତିକି ନୁହେଁ, ହାଇୱା ସହ ଘଟଣା ସ୍ଥଳରେ ଜଳିଗଲେ ଡ୍ରାଇଭର । ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଟେନ୍‌ସା ଫାଣ୍ଡି ଅଂଚଳର ଗୀତାରାଣୀ ମାଇନ୍ସ ନିକଟରେ । ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ପାଇ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ହାଇୱାରେ ଲୋଡ଼ିଂ କରିବା ପାଇଁ ଲଗାଣ ବର୍ଷା ଯୋଗୁଁ ହାଇୱା ଡାଲାରେ ପୂରି ରହିଥିବା ପାଣିକୁ ବାହାର କରିବାକୁ ଡ୍ରାଇଭର୍‌ ଜଣକ ଯାନ୍ତ୍ରିକ ଭାବରେ ଡାଲାଟିକୁ ଉପରକୁ ଟେକୁଥିବା ବେଳେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା ଓ ଗାଡ଼ିରେ ନିଆଁ ଲାଗିବା ସହ ଡ୍ରାଇଭର୍‌ ମଧ୍ୟ ଜଳି ଯାଇଥିଲେ । ତେବେ ଡ୍ରାଇଭର୍‌ଙ୍କ ଠିକଣା ଏ ପର୍ଯ୍ୟନ୍ତ ଜଣାପଡ଼ି ପାରିନଥିବା ବେଳେ ଅଧିକ ତଦନ୍ତ ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

jittmm
Leave A Reply

Your email address will not be published.