oum

ଗ୍ୟାସ ଲିକ ହେବାରୁ ଜଳିଗଲେ ୧୦ ବର୍ଷର ନାବାଳକ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ଗ୍ୟାସ ଲିକ୍ ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପନିଛି । ମୃତ୍ୟୁମୁଖରେ ପଡ଼ିଥିବା ନାବାଳକ ଜଣକ ହେଲେ ଶଙ୍କରା ଗାଁର ୧୦ ବର୍ଷୀୟ ବାବୁସାନ ଗୁଦୁରିଆ ବୋଲି ସୂଚନା ମିଳିଛି । ଘରେ ରୋଷେଇ କରିବା ପାଇଁ ପରିବାର ଲୋକେ ଗ୍ୟାସ୍ ଟାଙ୍କି ଅନ୍‌ କରିଥିବା ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା । ତେବେ ନାବାଳକଟି ସେଠି ଛିଡା ହୋଇଥିବା ବେଳେ ଜୀବନ୍ତ ଜଳି ଯାଇଥିବା କୁହାଯାଇଛି । ତେବେ ସୂଚନା ଅନୁସାରେ ପରିବାର ଲୋକେ ନାବାଳକକୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ବାଟରେ ତାର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର ।

Leave A Reply

Your email address will not be published.