ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସିମେଣ୍ଟ ବୋଝେଇ ଟ୍ରକ୍ ଜଳିଯିବାରୁ ଚାଳକ ଜୀବନ୍ତ ଦଗ୍ଧ

ଗୁଡ଼ଭେଲା, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲି ଗାଁରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ତାର ଲାଗି ଏକ ଟ୍ରକ୍ ଜଳିଯିବାରୁ ଟ୍ରକର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇିଥିବା ଭଳି ଏକ ବଡ ଅଘଟଣ ଘଟିଥିବା ଜଣାପଡିଛି । ଆଲଟ୍ରାଟେକ୍ ସିମେଣ୍ଟ ବୋଝେଇ ଟ୍ରକ୍ (ଓଡି ୧୯ଏଲ୍ ୯୮୧୨)ଟି ଝାରସୁଗୁଡ଼ାରୁ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକର ଡୁଙ୍ଗୁରିପାଲିକୁ ଆସିଥିଲା । ସ୍ଥାନୀୟ ସିମେଣ୍ଟ ବେପାରୀ ଅରୁଣ ପ୍ରଧାନଙ୍କ ଗୋଦାମ ଆଘରେ ଗାଡ଼ିରୁ ସିମେଣ୍ଟ ଓହ୍ଲାଇବା ପାଇଁ ଢଙ୍କା ହୋଇଥିବା ତାରପୋଲିନ ଖୋଲିବାକୁ ଚାଳକ ଉପରକୁ ଚଢ଼ି ଦଉଡ଼ି ଖୋଲିବା ସମୟରେ ଗାଡ଼ିର ଉପର ଦେଇ ଯାଇଥିବା ୩ଫେଜ୍ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା । ଫଳରେ ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଏହି ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇଥିବା ବେଳେ ତୁଷୁରା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.