om academy

ସିନ୍ଧେକେଲା ମୁଖ୍ୟ ସଡ଼କରେ ଲାଗିଥିବା ବିଦ୍ୟୁତ କେବୁଲ ହେଲା ବିପଦ : ଜଳିଗଲା କଣ୍ଟେନର

jsm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ମୁଖ୍ୟ ସଡ଼କରେ ବିଦ୍ୟୁତ ବିଭାଗ ପକ୍ଷରୁ ଲାଗିଥିବା କେବୁଲ ତଳକୁ ଓହ୍ଲାଇ ହୋଇଥିବାରୁ ବିପଦର କାରଣ ହୋଇଛି । ସୂଚନାଯୋଗ୍ୟ ଯେ, ଆଜି ରବିବାର ଦିନ ଦ୍ୱିପ୍ରହରରେ ବଲ ବିଭରେଜ ପେକେଜିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଶ୍ରୀ ସିଟି ଆନ୍ଧ୍ରପ୍ରଦେଶରୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସରମୁହାଣଠାରେ ଥିବା ମାଇକେଲ ବ୍ରେୱେରାଇଜ୍‌କୁ (୭ ହିଲ୍‌ସ୍‌ ନାମକ) ଏକ ଖାଲି ବିଅର କେନ୍ଡ଼ବା ବୋଝେଇ କଣ୍ଟେନର ନମ୍ବର ଏମ୍‌ଏଚ୍‌ ୨୩ ଡବ୍ଲୁ ୪୪୭୫ କଳାହାଣ୍ଡି ପଟରୁ ଆସି ୪୨ ନମ୍ବର ରାଜ୍ୟ ରାଜପଥ ବଙ୍ଗୋମୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ସିନ୍ଧେକେଲା ମୁଖ୍ୟ ସଡ଼କରେ ବିଦ୍ୟୁତ କେବୁଲରେ ଘଷି ହୋଇଥିଲା କିନ୍ତୁ ସେତେବେଳେ କିଛି ଜାଣି ହେଲା ନାହିଁ । ଧୀରେ ଧୀରେ ସେଥିରେ ନିଆଁ ବାହାରି ସିନ୍ଧେକେଲାରୁ ତିନି ଚାରି କିଲୋମିଟର ଗଲାପରେ ସାଲେମୁଡ଼ଗା ଗ୍ରାମର କେନାଲ ନିକଟରେ ହୁ ହୁ ହୋଇ ଜଳି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ତଥାପି କଣ୍ଟେନରର ବହୁ ଅଂଶ ପୋଡି ଯାଇଥିଲା । ସିନ୍ଧେକେଲା ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ହାରାହାରି ୧୦ ଲକ୍ଷ ଟଙ୍କାର ସାମଗ୍ରୀ କ୍ଷତି ହୋଇଥିବା ଜଣାପଡିଛି । ଉକ୍ତ କେବୁଲ ବହୁ ଦିନରୁ ଏଭଳି ଅବସ୍ଥାରେ ଅଛି, ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି । ଅତିଶୀଘ୍ର ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.