ନିଆଁ ଲାଗି ଜଳିଗଲା ୧୪ଟି ଧାନଖରି

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମର ଏକ ସାମୁହିକ ଖଳାରେ ଆଜି ଅପରାହ୍ନରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟିବାରୁ ୪ ଜଣ ଚାଷୀଙ୍କ ଛୋଟ ବଡ ପ୍ରାୟ ୧୪ ଗୋଟି ଧାନଖରି ପୋଡି ଯାଇଥିବା ଜଣାପଡିଛି । ଗାଁ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଗ୍ରାମର ସନ୍ତୋଷ ଭୋଇ, ଯଦୁ କହଁର, ମଧୁ କହଁର ଓ ସିନ୍ଧୁ ବଗର୍ତ୍ତୀ ପ୍ରମୁଖ ଚାଷୀ ଖଳାରେ ନିଜ ବିଲର ଧାନ ରଖିଥିଲେ । ଆଜି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ କୌଣସି କାରଣବସତଃ ଖଳାରେ ନିଆଁ ଲାଗିବାରୁ ଧାନଖରି ଗୁଡିକ ପୋଡି ଯାଇଥିଲା । ଗ୍ରାମବାସୀଙ୍କ ସହଯୋଗ ଓ ସୋନପୁର ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଲାଗିବାର କାରଣ ବିଷୟରେ ଜଣାପଡି ନାହିଁ । ସମସ୍ତ ଧାନଖରି କ୍ଷତିଗ୍ରସ୍ଥ ଗରିବ ଓ ଛୋଟ ଚାଷୀ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.