shyamal

ବିଦ୍ୟୁତ୍‌ ସର୍ଟ ସାର୍କିଟ୍‌ ଲାଗି ଜଳିଗଲା ଘର : ଲକ୍ଷାଧିକ ଟଙ୍କାର କ୍ଷତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଇଲେକ୍ଟ୍ରିକ୍ ସର୍ଟ ସାର୍କିଟ୍ ଯୋଗୁଁ ଜଳିଗଲା ଘର । ଫଳରେ ଘରେ ଥିବା ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଜାଣି ନଥିଲେ ତାଙ୍କୁ ଏମିତି ଦିନ ଦେଖିବାକୁ ପଡ଼ିବ । ସର୍ଟ ସାର୍କିଟ୍‌ ଯୋଗୁଁ ପୋଡ଼ିଗଲା ବର୍ଷ ବର୍ଷ କଷ୍ଟ କରି ସଞ୍ଚୟ କରୁଥିବା ମୂଳଧନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗ୍ରାମର ସତ୍ୟାନନ୍ଦ ମେହେରଙ୍କ ଘରେ । ଗ୍ରାମର ସତ୍ୟାନନ୍ଦ ମେହେର ନିଜ ପରିବାର ସହ ବେଶ ହସଖୁସିରେ ରହୁଥିଲେ । ଦିନମଜୁରୀ କରି ନିଜ ପରିବାର ପାଇଁ କିଛି ଟଙ୍କା ମଧ୍ୟ ସଞ୍ଚୟ କରିଥିଲେ କିନ୍ତୁ ବିଧିର ବିଧାନ ଥିଲା ଅଲଗା ଇଲେକ୍ଟ୍ରିକ୍ ସର୍ଟ ସାର୍କିଟ୍ ଯୋଗୁଁ ଜଳିଗଲା ଘର । ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରବର୍ଗ । ଚାଉଳ, ଟଙ୍କା କପଡା ଜଳିପୋଡ଼ି ପାଉଁଶ ହୋଇଗଲା । ଏବେ ଖାଇବାକୁ ମଧ୍ୟ କିଛି ନାହିଁ । ଚିନ୍ତାରେ ସତ୍ୟାନନ୍ଦ ମେହେର ଏବଂ ତାଙ୍କ ପରିବାର । ତାଙ୍କୁ କିଛି ସାହାଯ୍ୟ କରିବା ପାଇଁ କୋହଭରା କଣ୍ଠରେ ସରକାରଙ୍କୁ ଗୁହାରୀ କରିଛନ୍ତି ସତ୍ୟାନନ୍ଦ । ଖପ୍ରଖୋଲ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଏଇ ଗରିବ ପରିବାରକୁ କିଛି ସହଯୋଗ କରିବାକୁ ସାଧାରଣରେ ଦାବୀ ହେଉଛି ।

purusottam
Leave A Reply

Your email address will not be published.