
ଢେଙ୍କାନାଳ : ଢେଙ୍କାନାଳ ସହରର ନିକଟବର୍ତ୍ତୀ କାମାକ୍ଷା ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଅଚାନକ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି । ତେବେ ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି । ହାଇୱାଟି ଚିପ୍ସ ବୋଝେଇ କରି କାମାକ୍ଷାନଗର ଆଡକୁ ଯାଉଥିବା ବେଳେ ଅଚାନକ ଜଳିବା ଦେଖି ଗାଡି ଅଟକାଇ ଡ୍ରାଇଭର ଗାଡିରୁ ବାହାରକୁ ଡେଇଁ ପଡ଼ିଥିଲେ । ଖବର ପାଇ ଢେଙ୍କାନାଳରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣା ନପଡିଥିଲେ ମଧ୍ୟ ଅତ୍ୟଧିକ ଖରାରୁ ବ୍ୟାଟେରୀ ଗରମରୁ ନିଆଁ ହୋଇଥିବା ଆଶଙ୍କ କରାଯାଉଛି । ତେବେ ଢେଙ୍କାନାଳ କାମାକ୍ଷାନଗର ରାସ୍ତା ଉପରେ ଏକ ହାଇୱା ଏପରି ହୁ ହୁ ହୋଇ ଜଳିଯାଉଥିବା ଦେଖି ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏପରିକି ପ୍ରାୟ ଏକ ଘଣ୍ଟା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା ।