ଜଳିଗଲା ମୋ’ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସକାଳ ପ୍ରାୟ ୧୦ଟା ସମୟରେ ବେଦବ୍ୟାସ ନିକଟସ୍ଥ ଟିସିଆଇ ବ୍ରିଜ୍ ନିକଟରେ ମୋ’ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ବେଳେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିଲେ । ସୂଚନା ଅନୁସାରେ ମୋ’ ବସ୍ ଗାଡ଼ି ନମ୍ୱର ଓଡି୧୪ଏବି ୬୬୭୬ ରୁଟ୍ ନମ୍ୱର ୧୦୬ ରାଉରକେଲା ପଟୁ ବେଦବ୍ୟାସ ଆଡ଼କୁ ଯାଉଥିଲା । ଟିସିଆଇ ବ୍ରିଜ୍ ନିକଟରେ ହଠାତ୍ ବସ୍‌ର ଇଞ୍ଜିନ୍ ପାଖରୁ ଧୂଆଁ ବାହାରିଥିଲା । ଭୟଭୀତ ହୋଇ ବସ୍ କର୍ମଚାରୀଙ୍କ ସମେତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ । ଦେଖୁଦେଖୁ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ବସ୍‌ଟି ଜଳି ଯାଇଥିଲା । ଘଟଣାକୁ ନେଇ ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲା ।

Leave A Reply

Your email address will not be published.