ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର । ଏପରି ଏକ ଘଟଣା ଘଟିଛି କଣ୍ଟାବାଞ୍ଜିର ପୁଡାପଦରପଡାରେ । ସୂଚନା ଅନୁସାରେ ପୁଡାପଦରପଡାର ରୋହିତ ପୁଟେଲଙ୍କ ଘରେ କୌଣସି କାରଣରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଘର ଜଳିଯାଇଥିଲା । ଅଗ୍ନିକାଣ୍ଡ ଘଟିବା ପରେ କୃଷ୍ଣଚନ୍ଦ୍ର ମିଶ୍ର ଓ ଧିରଜ ଅଗ୍ରୱାଲ ଅଗ୍ନିଶମ ବାହୀନୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ତେବେ ନିଆଁ ଲିଭାଇବା ମଧ୍ୟରେ ସମ୍ପୂର୍ଣ୍ଣ ଘର ଜଳିଯାଇଥିଲା ।

Leave A Reply

Your email address will not be published.

error: Content is protected !!