ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର : ଗାଈ ମୃତ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ଅଡୁଆସାହିରେ ରୋଷଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ୨ ବଖରା ଚାଳଘର ପୋଡି ଯାଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କରବର ଅଡୁଆସାହିର ସ୍ୱର୍ଗତ କାମନା ମଲ୍ଲିକଙ୍କ ପୁଅ ଭିକାରି ମଲ୍ଲିକଙ୍କ ସ୍ତ୍ରୀ ସନ୍ଧ୍ୟା ସମୟରେ ଗ୍ୟାସ ସିଲିଣ୍ଡର ଖୋଲି ରୋଷେଇ କରିବାକୁ ଯାଉଥିବା ବେଳେ ହଠାତ ଗ୍ୟାସ ଲିକେଜ ହୋଇ ନିଆଁ ଲାଗି ଯାଇଥିଲା ।

ଯାହାଫଳରେ ଗ୍ୟାସ ସିଲିଣ୍ଡରଟି ଫାଟିଯାଇ ତାଙ୍କର ରୋଷେଇ ଘର ଓ ଗୁହାଳ ଘର ପୋଡିଯାଇଥିଲା । ଏଥିସହ ଗୋଟିଏ ଗାଈ ଜଳିଜାଇ ମୃତ୍ୟୁ ବରଣ କରିଥିବା ସମୟରେ ଆଉ ଗୋଟିଏ ଗାଈ ଅଧା ପୋଡିଯାଇଛି । ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଭିକାରି ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.