centurian jitm

ପୁରୀରେ ବଡ ଅଘଟଣ : ନିଆଁ ଲାଗି ସବୁ ଜଳିଗଲା

nschool

ପୁରୀ : ପୁରୀରେ ବଡ ଅଘଟଣ । ବସ୍‌ରେ ଭୟଙ୍କର ନିଆଁ । ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌ । ମଙ୍ଗଳବାର ସକାଳୁ ମାଳିପାଟପୁର ବସଷ୍ଟାଣ୍ଡରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଆସି ରହିଥିଲା । ଯେତେବେଳେ ବସ୍‌ଟି ବାହାରକୁ ଆସିଲା ହଠାତ ଏଥିରେ ନିଆଁ ଲାଗିଯାଇଥିଲା । ରାସ୍ତା ଉପରେ ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା । ନିଆଁ ଲାଗିବା ସମୟରେ ବସ୍‌ରେ କେହି ପର୍ଯ୍ୟଟକ ନଥିଲେ । ସ୍ଥାନୀୟ ଲୋକେ ବସ୍‌ରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଘଟଣରେ କାହାର କିଛି କ୍ଷତି ହୋଇନି । ବସ୍‌ ଭିତରେ ରୋଷେଇ ହେଉଥିଲା । ସେଇଠୁ ନିଆଁ ଲାଗି ପୁରା ବସ୍‌ ଜଳିଯାଇଥିବା ସୂଚନା ମିଳିଛ ।

Leave A Reply

Your email address will not be published.