oom

ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଲୋଇସିଂହା ବିଧାୟକ ଡଃ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ମଂଚାସିନ ଥିଲେ ନୋଡାଲ ଅଧିକାରୀ କିଶୋର କୁମାର ଠାକୁର, ଚୌବନ ସାହୁ, ମଂଚ ପରିଚାଳନା କରିଥିଲେ ଲଳିତ ବାଗ । ପ୍ରଥମେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରି ଦୀପ ପ୍ରଜ୍ୱଳନ ସହ ଗଣେଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥିମାନେ କ୍ରୀଡା ପ୍ରତିଯୋଗିତା, ସାମାଜିକ ସଚେତନତା, ଶାରିରୀକ, ମାନସିକ, ବୌଦ୍ଧିକ ବିକାଶ ସହ ସମାଜରେ ସଂସ୍କାର ଆଣିବାକୁ ହେଲେ ବିକାଶ ଧାରା ଜାରି ରହିବା ଉଚିତ ବୋଲି ନିଜ ନିଜ ବକ୍ତ୍ୟବ୍ୟରେ କହିଥିଲେ । ଉଦ୍‌ଘାଟନୀ ଉତ୍ସବରଟି ୬-୧୨-୨୩ ରୁ ଆରମ୍ଭ ହୋଇ ଆସନ୍ତା ୧୦-୧୨-୨୩ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ସହ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉଦ୍‌ଘାଟନୀ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ । ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ, ଗୀତ, ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । କଲେଜ ଆରମ୍ଭ ହେବା ଦିନଠାରୁ ଏହିଭଳି କାର୍ଯ୍ୟକ୍ରମ ସର୍ବପ୍ରଥମ ହୋଇଥିବାରୁ ମାନ୍ୟବର ବିଧାୟକ ପ୍ରତିବର୍ଷ ପରୀକ୍ଷା ସରିବା ପରେ ଏକ ବାର୍ଷିକ ଉତ୍ସବ କରିବାକୁ ପରାମର୍ଶ ଦେବା ସହ କଲେଜ କତ୍ରୁପକ୍ଷ ତଥା ଛାତ୍ରଛାତ୍ରୀମାନଙ୍କ ଅନୁରୋଧ କ୍ରମେ ଏକ ଅତିରିକ୍ତ କୋଠରି କଲେଜ ପରିସରରେ ଭୂମି ପୂଜନ ଓ ଶିଳାନ୍ୟାସ କଲେଜର ଏକ ଛୀତ୍ରୀ ଗୀତାଞଳି ବର୍ଗତ୍ତି ଦ୍ୱାରା କରାଇଥିଲେ

jittmm
Leave A Reply

Your email address will not be published.