କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଦେପୁର ଆରଡ଼ି ୪୦ ନିକଟରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି ଫଳରେ ଶହ ଶହ ଏକର ଚାଷ ଜମି ଜଳ ମଗ୍ନ ହୋଇରହିଛି । ଏପରିକି କଲମପୁର-ଜୁନାଗଡ଼ ମୁଖ୍ୟରାସ୍ତା ଉପରେ ମଧ୍ୟ ଜଳ ପ୍ରବାହିତ ହେଉଥିଲା ତେଣୁ କିଛି ସମୟ ପାଇଁ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଦେପୁର ଗ୍ରାମର କେତେକ ଘରେ ପାଣି ପଶିବା ଯୋଗୁଁ ଆସବା ପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି । କଲମପୁର ବିଡ଼ିଓ ବିଜୟ କୁମାର ମଣ୍ଡାଙ୍ଗି ମଧ୍ୟ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟ କେନାଲ କାମ କରାଯାଇଥିଲେ ମଧ୍ୟ ଯେଉଁଠାରେ ମରାମତି କାର୍ଯ୍ୟ କରାଯାଇନାହିଁ ସେଠାରେ ମରାମତି ହୋଇନଥିବା କାରଣରୁ କେନାଲ ବନ୍ଧ ଭାଙ୍ଗିଛି । ତେଣୁ ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।