ଜୁନିୟର ରେଡକ୍ରସ୍‌ ତରଫରୁ ଜଳଛତ୍ର ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ୍‌ର ଆହ୍ୱାନ କ୍ରମେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଗୋପାଲଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତମାମୁରାର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ଡୁଙ୍ଗୁରିପାଲି ସ୍ଥିତ ଆରଏମସି ସାପ୍ତାହିକ ବଜାର ପରିସରରେ ଏକ ଜଳଛତ୍ରର ଆୟୋଜନ କରି ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାନୀୟ ଜଳ, ଦହି ସରବତ, ଜଲଜିରା ପାଣି, ବେଲ ପଣା ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଥିବା କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢୀ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ପୋଲିସ ଷ୍ଟେସନ୍‌ର ଇନଚାର୍ଜ ସତ୍ୟନାରାୟଣ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୁନିୟର ରେଡକ୍ରସ୍‌ର ମାନବୀୟ ସେବା ବେଶ୍‌ ସମୟ ଉପଯୋଗି ଏବଂ କ୍ରମାଗତ ହିଟୱେଭ୍‌ରୁ ଜନସାଧାରଣ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଡଙ୍ଗୁରିପାଲି ସରପଂଚ ଚିତ୍ତରଂଜନ ମିଶ୍ର, ପ୍ରାକ୍ତନ ରେଡକ୍ରସ୍‌ ସାଧନକର୍ମୀ ସୁରେଶ ପଧାନ, ସମାଜସେବୀ ବିପ୍ରଚରଣ ସାହୁ, ଜଗନ୍ନାଥ ଦ୍ୱିବେଦୀ, ବାମଦେବ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ ବିସିସି ନିମାଇଁ ଚରଣ ମଲ୍ଲୀକ ସଂଯୋଜନା କରିଥିଲେ । ଗୋପାଲଜୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ୍‌ ପରାମର୍ଶଦାତା ଧ୍ରୁବ ଚରଣ ବାରିକ ଜଳଛତ୍ର ଆୟୋଜନ କରାଯିବାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗ୍ରୀଷ୍ମ ପ୍ରବାହ ସମୟରେ ସନଷ୍ଟ୍ରୋକରୁ ସୁରକ୍ଷିତ ରହିବାର ଉପାୟ ଓ ଏହାର ପ୍ରାଥମିକ ଚିକିତ୍ସାର କୌଶଳ ବିଷୟରେ ସାଧନକର୍ମୀ ଏବଂ ପରାମର୍ଶଦାତାମାନେ ଡେମୋ ମାଧ୍ୟମରେ ବଜାରକୁ ଆସିଥିବା ଜନସାଧରଣଙ୍କୁ ତାଲିମ ଦେଇଥିଲେ । ବରିଷ୍ଠ ସାଧନକର୍ମୀ ହୃଷିକେଶ ଡାଙ୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଧନକର୍ମୀ ତପସ୍ୱିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଚତୁର୍ଭଜ ସାହୁ, ସିଆରସିସି ନରେଶ ପୁରୋହିତ, ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ଏବଂ ବ୍ଲକର ବିଭିନ୍ନ ସ୍କୁଲର ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ଦୌଲତ ସା, କୁମୁଦ କୁମାର ମଟାରୀ, ଦେବକୀ ବାଘ, ଅମ୍ଲାନ ପଣ୍ଡିଆ, ଶୋଭାଚନ୍ଦ୍ର ବାରିକ, ରିଙ୍କୁ ଦରଜୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.