ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ ହଳଦିଆ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣ କାର୍ଯ୍ୟର ଦୁଇବର୍ଷ ପରେ ପ୍ରଥମ ଥର ପାଇଁ ନୂତନ ଜ୍ଞାନ କୌଶଳରେ ନିର୍ମିତ ସ୍ପିଲ୍ ୱେ ବାଟ ଦେଇ ଜଳ ନିଷ୍କାସନ କରିଛି ପ୍ରଶାସନ । ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବନ୍ଧର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଗୋଟିଏ ଫାଟକ ଦେଇ ୨.୫ କ୍ୟୁସେକ ଜଳ ଛଡାଯାଇଛି । ଫାଟକ ଖୋଲାଯିବ ସମୟରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାୟକ ସମେତ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଜଳ ସ୍ତରକୁ ଅନୁଧ୍ୟାନ କରି ଆଉ ଗୋଟିଏ ଫାଟକ ଖୋଲାଯାଇ ପାରେ ବୋଲି ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
