ହୁମ୍ମାରେ ଜଳ ସ୍ୱଚ୍ଛତା ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବିରଭଦ୍ର ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟ ଉପସ୍ଥିତ ରହିଥିଲେ । ସ୍ୱଚ୍ଛତା ରଥକୁ ପଞ୍ଚାୟତରେ ସ୍ୱଚ୍ଛତା ବାର୍ତ୍ତା ଓ ଜନ ସଚେତନ ପାଇଁ ପରିକ୍ରମା କରାଯାଇଥିଲା । ସ୍ୱଚ୍ଛ ଗଞ୍ଜାମ ସୁସ୍ଥ ଗଞ୍ଜାମ ସମ୍ପର୍କରେ ଜିଲ୍ଲାପାଳ ପିଲାମାନଙ୍କୁ ବୁଝାଇଥିଲେ । ପରିଶେଷରେ ପଞ୍ଚାୟତର ସମସ୍ତ ପୋଖରୀ, ଗାଡିଆା ଇତ୍ୟାଦିକୁ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜାନକୀ ଦାସ, ସମିତିସଭ୍ୟ ଧ୍ରୃବ ଚରଣ ପଲାଇ, ୱାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ପରିଡା, ଆର.ସନ୍ତୋଷ ରେଡି, ସୁର୍ଦଶନ ପରିଡା ଏବଂ ଅନ୍ୟ ୱାର୍ଡ ସଭ୍ୟଙ୍କ ସହ କାର୍ଯ୍ୟର୍ନିବାହୀ ଅଧିକାରୀ ଦିଲ୍ଲୀପ ନାୟକ, ଯୋଗାଣ ସହାୟକ ନବୀନ ସିଂ ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ, ଯୁବ ଓ ଛାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱଚ୍ଛ ଭାରତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

jittmm
Leave A Reply

Your email address will not be published.