oom

ଜାଲ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ : ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରି ହାତେଇବା ପରି ସଂଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ । ଯେତେବେଳେ ବି ନିଯୁକ୍ତି ପ୍ରସଙ୍ଗ କଥା ଉଠେ, ବଲାଙ୍ଗିର ଜିଲ୍ଲା ବେଶ୍‌ ଚର୍ଚ୍ଚାକୁ ଆସେ । କାରଣ ଏଠି ଯୋଗ୍ୟ ପ୍ରାର୍ଥୀଙ୍କୁ ନୁହେଁ ଅର୍ଥର ପରିମାଣକୁ ଦେଖି ପ୍ରାର୍ଥୀ ଚୟନ ହେଉଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ । ଅଭିଯୋଗ ମୁତାବକ, ସଇଁନ୍ତଲା ବିଦ୍ୟୁତ ବିଭାଗ ଅଧିନସ୍ଥ କରମତଲାର ନବ ନିର୍ମିତ ବିଦ୍ୟୁତ ଗ୍ରୀଡ଼ କେନ୍ଦ୍ରକୁ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗତ ଜୁଲାଇ ମାସରେ ଉଦ୍‌ଘାଟନ କରିଥିଲେ । ଯାହା ଫଳରେ ଅନେକ ସ୍ଥାନୀୟ ଯୁବକମାନେ ବେକାରୀ ସମସ୍ୟାରୁ ଦୂର ହୋଇ ନିଯୁକ୍ତି ପାଇ ପାରିବେ ବୋଲି ଅନେକ ଆଶା ବିଶ୍ୱାସ କରିଥିଲେ । ହେଲେ ସ୍ଥାନୀୟ ଯୁବକମାନେ ନିଯୁକ୍ତିରୁ ବାଦ୍‌ ପଡିଥିବା ବେଳେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଛି । ଜଣେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ହେବା ପରେ ଏବେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ବ୍ୟକ୍ତିମାନେ ଛାନିଆଁ ହୋଇ ପଡିଛନ୍ତି । ତେବେ ଦୁଷ୍ମନ୍ତ ସାହୁ ନକଲି ଆଇଟିଆଇର ପ୍ରମାଣ ପତ୍ର ଦେଇ ଲାଇନ ମ୍ୟାନ ଭାବରେ ନିଯୁକ୍ତି ପାଇ ଚାକିରି କରୁଥିବା ଜଣାପଡିଛି । ଏମିତିକି କର୍ମଚାରୀ ଉପସ୍ଥାନରେ ଗତ ଦୁଇ ମାସର ବେଶ୍‌ ହାଜିରା ବି ପଡିଛି । ହେଲେ ଶୁଣି ଚକିତ ହେବେ, ଏହି ବାବୁ ଯେଉଁ ସାର୍ଟିଫିକେଟ୍‌ ଦେଇଛନ୍ତି ତାହା ତାଙ୍କର ନୁହେଁ । ପ୍ରମାଣପତ୍ର ଆଉ ଜଣକର । ନାଁ ଚଞ୍ଚକତା କରି ଅନ୍ୟ ଜଣକର ପ୍ରମାଣ ପତ୍ରରେ ନିଜ ନାମ ବସାଇ ବେଶ୍‌ ଆରାମରେ ଚାକିରି କରୁଛନ୍ତି । ଯାହା ଅଭିଯୋଗ ହେବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରକାଶ ଥାଉକି ରୋଲ ନମ୍ବର ୦୦୧୪୦୮୨୧୦୧୧୫୨୧ ଏବଂ ପ୍ରମାଣପତ୍ର ନମ୍ବର ୧୬୨୧୪୦୭୧୬୧ ଅନୁଯାୟୀ ମୋହନ ଗହୀରଙ୍କ ନାମରେ ରହିଛି ଯାହାର ବାରକୋଡ଼ ବି ରହିଛି । ହେଲେ ସେହି ପ୍ରମାଣପତ୍ର ନମ୍ବର ଏବଂ ବାରକୋଡ଼କୁ ଚଞ୍ଚକତା କରି ମୋହନ ଗହୀର ନାମ ବଦଳରେ ଦୁଷ୍ମନ୍ତ ସାହୁ କରି ନିଶ୍ଚିନ୍ତରେ ସେ ଚାକିରି କରୁଥିବା ଜଣାପଡିଛି । ଅଭିଯୋଗ ହୋଇଛି ଯେ, ଅସଲି ପ୍ରାର୍ଥୀମାନଙ୍କୁ ବାଦ ଦେଇ ନକଲି ପ୍ରାର୍ଥୀମାନଙ୍କୁ ଚାକିରି ଦିଆଯାଇଛି । ଆଉ ଏହାରି ପଛରେ ଏକ ବଡ଼ ଧରଣର ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି । ଶାସକ ଦଳର କର୍ମୀମାନଙ୍କୁ ଥଇଥାନ କରାଯାଉଥିବା ଅଭିଯୋଗ ହୋଇଥିବା ନେଇ ସ୍ଥାନୀୟ ଗ୍ରୀଡ଼ ସାମ୍ନାରେ କିଛି ଦିନ ତଳେ ଆଦିବାସୀ ସଂଘ ଧାରଣା ଦେଇଥିଲା । ହେଲେ କୌଣସି ପ୍ରକାରର ସମସ୍ୟାର ସମାଧାନ ହୋଇନଥିଲା । ଏନେଇ ସମ୍ପୃକ୍ତ ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଦୁଷ୍ମନ୍ତ ସାହୁ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା କଥା ସ୍ୱୀକାର ବି କରିଛନ୍ତି । ସେ ଭୁବନେଶ୍ୱରର ଜନୈକ ବ୍ୟକ୍ତିକୁ ବଲାଙ୍ଗିରରେ ଦେଖା କରିଥିଲେ । ଉକ୍ତ ବ୍ୟକ୍ତିଠାରୁ ପ୍ରମାଣପତ୍ର ଆଣିଥିବା ନେଇ ଦୁଷ୍ମନ୍ତ ସ୍ୱୀକାର କରି ଥିବା ବେଳେ କିଭଳି ଭାବେ ବିଭାଗୀୟ ଅଧିକାରୀମାନେ ପ୍ରମାଣ ପତ୍ରକୁ ଯାଞ୍ଚ ନକରି ନିଯୁକ୍ତି ଦେଇଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଉକ୍ତ ବ୍ୟକ୍ତି କିଏ ? ଦୁଷ୍ମନ୍ତ ନିଜେ ନକଲି ପ୍ରମାଣପତ୍ରକୁ ଚଞ୍ଚକତା କରି ନିଜ ନାଁ ଦେଇ ଚାକିରି କରୁଛି ନା’ ଏହାରି ଭିତରେ ଏକ ବଡ଼ ରେକେଟ କାମ କରୁଛି ? ଦୁଷ୍ମନ୍ତ ଭାତ ହାଣ୍ଡିରୁ ଗୋଟିଏ ଭାତ ସାଜିଥିବା ନେଇ ଏବେ ଚର୍ଚ୍ଚାଟି ଜୋର ଧରିଛି । ଏମିତି ଅନେକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ଦେଇ ଚାକିରି ହାତେଇଛନ୍ତି । ବିଦ୍ୟୁତ ବିଭାଗର କର୍ମଚାରୀମାନେ ଜଡିତ ଅଛନ୍ତି ନା ସୂର୍ଯ୍ୟା କମ୍ୟୁନିକେସନ୍‌ ଠିକା ସଂସ୍ଥା ନିଯୁକ୍ତିରେ ସାମିଲ ଅଛି ନା’ ଟାଟା ପାୱାର ଠିକା ସଂସ୍ଥା ଏହି ଦୁର୍ନୀତିରେ ସାମିଲ ରହିଛନ୍ତି କିମ୍ବା ସମସ୍ତ ବିଭାଗ ସହ ଶାସକ ଦଳର ନେତା ମନ୍ତ୍ରୀ ବି ସାମିଲ ଅଛନ୍ତି, ତାହା ଲୋକେ ଏବେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ବ୍ୟାପକ ପରିମାଣରେ ଦୁର୍ନୀତି ଅର୍ଥ କାରବାର ହୋଇଥିବା ବେଶ ସ୍ପଷ୍ଟ ଅନୁମାନ କରାଯାଉଛି । ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରିବା ସହିତ ଜାଲ ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.