ପାନୀୟ ଜଳ ଯୋଗାଣ ପାଇଁ ହଳଦୀ ପଞ୍ଚାୟତ ଘେରିଲେ ଶ୍ରୀରାମ ନଗରବାସୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ଶ୍ରୀରାମ ନଗରରେ ପାନୀୟ ଜଳ ଯୋଗାଣ ପାଇଁ ହଳଦୀ ପଞ୍ଚାୟତକୁ ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଶ୍ରୀରାମ ନଗରପଡାରେ ଜଳ ସଙ୍କଟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ନେତୃତ୍ୱରେ ହୋଇଥିଲା । ହଳଦୀରେ ଦୀର୍ଘ ଦିନ ହେବ ଜଳ ଯୋଗାଣ ପାଇଁ ଓଭର ହେଡ ଟାଙ୍କି ଅଛି କିନ୍ତୁ ଶ୍ରୀରାମ ନଗରବାସୀ ୨ ବର୍ଷ ହେଲା ପାଣି ପାଇଁ ପାରୁନାହାନ୍ତି । ଗାଁରେ ସମସ୍ତ ପଡା ପାଣି ପାଉଛନ୍ତି । ହେଲେ ଶ୍ରୀରାମ ନଗରରେ ଜଳ ଯୋଗାଣ ହେଉ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସରକାରଙ୍କ ବସୁଧା ଯୋଜନାରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି । ରାଜ୍ୟ ସରକାର ତୁରନ୍ତ ପାନୀୟ ଜଳ ଯୋଗାଣ ନେଇ ପଦକ୍ଷେପ ଗ୍ରହଣ ନ କଲେ ମୁରିବାହାଲ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପିଇଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.